କର୍ଣ୍ଣାଟକ ଓ ଝାଡଖଣ୍ଡରେ ଭୂକମ୍ପ , ତୀବ୍ରତା ୪.୭

NATIONAL

ଜାମସେଦପୁର : ଶୁକ୍ରବାର ସକାଳେ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସକାଳ ୫ଟା ୫୫ମିନିଟ୍ ରେ ଲୋକମାନେ ଭୂକମ୍ପ ଝଟ୍କା ଅନୁଭବ କରିଥିଲେ । ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିବାବେଳେ କର୍ଣ୍ଣାଟକର ହାମ୍ପିରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଜୁନ୍ ୩ ତାରିଖ ରାତିରେ ନୋଏଡାଠାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୨ ରହିଥିଲା । ଏକ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ମେ’ ୨୯ରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଗତ କିଛି ଦିନ ତଳେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି।  ଲାଗ ଲାଗ ଭୂମିକମ୍ପ ହେଉଥିବାରୁ ଭୂକମ୍ପ ଅଞ୍ଚଳ ଲୋକଙ୍କ ମନରେ ଆଶଙ୍କା ବଢିଯାଇଛି ।

Please follow and like us: