ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ

STATE

ବ୍ୟାଙ୍କରୁ ଲୁଟ କରିବାକୁ ଚାହିଁଥିଲେ ଦୁର୍ବୃତ୍ତ । ହେଲେ ତାଙ୍କର ସେହି ଉଦ୍ୟମ ବ୍ୟର୍ଥ ହୋଇଛି । ଠିକ ସମୟରେ ସେମାନଙ୍କର ଦୁର୍ଭାଗ୍ୟକୁ ବ୍ୟାଙ୍କର ସାଇରନ ବାଜି ଉଥିବାରୁ ଧରାପଡିବା ଭୟରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ଛୁ ମାରିଥିଲେ । ହେଲେ ଏହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

loading...

ଗତ ରାତ୍ରିରେ ଦୁର୍ବୃତ୍ତମାନେ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ ଢେଙ୍କାନାଳ ସହରରେ ଥିବା ଏକ ଗ୍ରାମ୍ୟ ବ୍ୟାଙ୍କ ଭିତରେ । ଆଜବେଷ୍ଟସ ତାଡି ବ୍ୟାଙ୍କ ଭିତରେ ସେମାନେ ପସିଯାଇଥିଲେ । ହେଲେ ଯେତେବେଳେ ସେମାନେ ଷ୍ଟ୍ରଙ୍ଗ ରୁମର ତାଲା ଭାଙ୍ଗିଲେ, ସେତେବେଳେ ସାଇରନ ବାଜି ଉଠିଲା । ସାଇରନ ବାଯିବାରୁ ଡକାୟତମାନେ ଧରାପଡିଯିବା ଭୟରେ ସେ ସ୍ଥାନରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ବ୍ୟାଙ୍କରେ ପହଞ୍ଚି ତନାଘନା ଚଳାଇଛି ।

Please follow and like us:
error
loading...