ଇଭିଏମ ତ୍ରୁଟିକୁ ଛାଡି ଦେଲେ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ବେଶ ଶାନ୍ତିପୂର୍ଣ

STATE

ବେଶ ଶାନ୍ତିପୂର୍ଣ ଭାବେ ପ୍ରଥମ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ ହୋଇଛି । ଅପରାହ୍ନ 5ଟା ସୁଦ୍ଧା ୬୬% ମତଦାନ ହୋଇଥିବା ସୂଚନା ମିଳିଛି । ତେବେ ଲାମ୍ବା ଧାଡି ଯୋଗୁ ତଥା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା କାରଣରୁ କେତେକ ସ୍ଥାନରେ ଏବେ ବି ଭୋଟଦାନ ଚାଲୁ ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି ।

ତେବେ କେତେକ ଜାଗାରେ ଭୋଟର ମାନେ ଭୋଟ ବର୍ଜନ କରିଛନ୍ତି । ୧୫ଟି ବୁଥରେ ଶୂନ୍ୟ ପୋଲିଂ ହୋଇଥିବା ଖବର ମିଳିଛି । ତେବେ ନିର୍ବାଚନ ଅଧିକାରୀ କହିଛନ୍ତି କି ଯେଉଁଠି ନିଜ ଇଚ୍ଛାରେ ଭୋଟ ଦେଇନଥିବେ, ସେଠାରେ ରିପୋଲିଂ ହେବନାହିଁ ।

ନିର୍ବାଚନ ଶାନ୍ତିପୂର୍ଣ ରହିଥିବା କହିଛନ୍ତି ଇନଚାର୍ଜ ଡ଼ିଜିପି ବିକେ ଶର୍ମା । କୌଣସି ସ୍ଥାନରେ କିଛି ହିଂସା, ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇନି । ସେ କହିଛନ୍ତି କି ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ପୋଲିସ ପାଇଁ ଚାଲେଞ୍ଜ ଥିଲା । ତେଣୁ ଅବାଧ, ବିନା ହିଂସାରେ ନିର୍ବାଚନ ପୋଲିସ ପାଇଁ ଖୁସି ଖବର ।

Please follow and like us: