କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ

STATE

କରଞ୍ଜିଆ ଉପଖଣ୍ଡରେ ଦେଖାଦେଇଛନ୍ତି ହାତୀପାଲ । ଦଳରେ ପ୍ରାୟ ୨୨ଟି ହାତୀ ଥିବାର ସୂଚନା ମିଳିଛି । ହାତୀମାନେ ଉପଦ୍ରବ ମଚାଉଛନ୍ତି । ଦୁଧୁଆଣି ରେଞ୍ଜର ପୁରୁଣା ଦେଓଗାଁରେ ହାତୀ ଉପଦ୍ରବ କରୁଥିବା ସୂଚନା ଦେଇଛନ୍ତି ରେଞ୍ଜ ଅଫିସର ସରୋଜ ପଣ୍ଡା ।

ହାତୀପଲ ଲୋକଙ୍କ ଘର ଭାଙ୍ଗିବା ସହିତ ଅନେକ କ୍ଷୟକ୍ଷତି କରୁଛନ୍ତି । ଲୋକମାନେ ଭୟରେ ଅସ୍ଥିର ହେଉଛନ୍ତି । ଜୀବନହାନିର ଆଶଙ୍କା ଦେଖାଦେବା ସହିତ ଫସଲ ନଷ୍ଟର ଭୟ ସେମାନଙ୍କୁ ଘାରୁଛି ।

Please follow and like us:
error