ନୀଳଗିରିରେ ହାତୀ ଆତଙ୍କରେ ଅସ୍ଥିର ଗ୍ରାମବାସୀ

STATE

ନୀଳଗିରିର ଜାମ୍ବୁଡ଼ିହା ପଂଚାୟତ ଗୁଡିଶୁଳି ଗାଁରେ ଦେଖାଦେଇଛନ୍ତି ଝାଡଖଣ୍ଡି ହାତୀପଲ । ହାତୀପଲକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । କାରଣ ହାତୀପଲ ଗାଁରେ ପଶି ୩ରୁ ଅଧିକ ଘର ଭାଙ୍ଗିଦେଇଛନ୍ତି । ଗତ ରାତି ତମାମ ସେମାନେ ସମ୍ପୃକ୍ତ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି ।

loading...

ହାତୀ ଆକ୍ରମଣରେ ଗୋଟିଏ ଗୋରୁ ମୃତ୍ୟୁ ବରଣ କରିଛି । ବ୍ୟାପକ ଫସଲ ହାତୀମାନେ ନଷ୍ଟ କରିଛନ୍ତି । ବର୍ତ୍ତମାନ ହାତୀପଲ ଭାଲୁକାଶୁଣି ଜଙ୍ଗଲରେ ରହିଥିବାର ସୂଚନା ମିଳିଛି । ତେଣୁ ନିଜର ଧନଜୀବନର ସୁରକ୍ଷା ଚିନ୍ତାରେ ଅସ୍ଥିର ହୋଇପଡିଛନ୍ତି ଗ୍ରାମବାସୀ ।

Please follow and like us:
error
loading...