odisha infocus

ହାତୀ ଭାଙ୍ଗିଦେଲେ ଘର, ଉଜାଡି ଦେଲେ ଫସଲ

STATE

କରଞ୍ଜିଆ ଅଞ୍ଚଳରେ ମାତିଛନ୍ତି ହାତୀ ପଲ । ବଡଗାଁ ପଞ୍ଚାଯତ ରାଜପୋଷି ଗାଁରେ ସେମାନେ ଉପଦ୍ରବ ମଚାଇଛନ୍ତି । ଧାନ ଓ ମକା ଚାଷ ନଷ୍ଟ କରିବା ସହିତ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି । ରାଜପୋଷି ଗାଁ ବ୍ୟତୀତ ହାତୀ ପଲ ରରୁଆଁ, ସୁକୁଳି ବ୍ଲକରେ ଦୁଇ ସପ୍ତାହ ଧରି ଉପଦ୍ରବ କରୁଛନ୍ତି ।

ହାତୀ ପଲରେ ପ୍ରାୟ ୨୨ଟି ହାତୀ ଥିବା ସୂଚନା ମିଳିଛି । ଆତଙ୍କିତ ଅବସ୍ଥାରେ ରହୁଛନ୍ତି ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀ । ଏବେ ବନ ବିଭାଗ ହାତୀ ପଲକୁ ଘଉଡାଇ ଦେବାରେ ସେମାନେ ଜଙ୍ଗଲକୁ ପଳାଇଛନ୍ତି । ପ୍ରାପ୍ତ ସମ୍ବାଦରୁ ଜଣାପଡିଛି ଯେ କରଞ୍ଜିଆ ବ୍ଲକ ବାଟଟାଇଁସିରା ସଂରକ୍ଷିତ ଜଙ୍ଗଲରେ ୧୪ଟି ହାତୀ ରହିଛନ୍ତି । ଯଶୀପୁର ବ୍ଲକ କେଝରା ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ୮ଟି ହାତୀ ।  

Please follow and like us:
error