କଟକରେ ଏନ୍‌କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ଦାସ ଆହତ

STATE

କଟକ : ପାର୍ବଣ ପୂର୍ବରୁ ଅପରାଧିଙ୍କୁ କାବୁ କରିବାକୁ କଟକ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି ଅପରେସନ୍‌ । ସିଡିଏ ସେକ୍ଟର-୧୩ରେ ପୋଲିସ ଜଣଙ୍କୁ ଏନ୍‌କାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ଦାସ ଆହତ ହୋଇଛି । ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏଥିପରେ ଜଣେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।

loading...

ସିଡିଏ ସେକ୍ଟର-୧୩ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ନିକଟରେ ବୁଦ୍ଧିଆ ଅପରାଧ ରଚିବା ପାଇଁ ଷଡ଼ଯନ୍ତ୍ର କରୁଥିବାବେଳେ କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା । ବୁଦ୍ଧିଆ ପୋଲିସ ଉପରକୁ ଗୁଳି କରି ଖସି ପଳାଇବାକୁ ଉଦ୍ୟମ କରିଥିଲା । ମାତ୍ର ପୋଲିସର ପାଲଟା ଗୁଳିରେ ସେ ଗୁରୁତର ହୋଇପଡ଼ିଥିଲା । ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଏନ୍‌କାଉଣ୍ଟର୍‌ ସମୟରେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।
ଏନ୍‌କାଉଣ୍ଟର ସମୟରେ ତା ନିକଟରୁ ଗୋଟିଏ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୩୦ଟିରୁ ଅଧିକ ଅପରାଧିକ ମାମଲା ରହିଛି । ସେ ଗ୍ୟାଙ୍ଗ ଷ୍ଟାର୍‌ ଟିଟୋର ସହଯୋଗୀ ବୋଲି ଜଣାପଡ଼ିଛି । ଦୀର୍ଘ ଦିନ ହେବ ସେ ପୋଲିସର ଟାର୍ଗେଟ୍‌ରେ ରହିଥିଲା ।

Please follow and like us:
error
loading...