Encounter

ପୁରୀ ଓ ସମ୍ବଲପୁରରେ ପୋଲିସ ଏନକାଉଣ୍ଟର

STATE

ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ପୋଲିସ ଏନକାଉଣ୍ଟର ଘଟିଛି । ଗୋଟିଏ ପୁରୀରେ ହୋଇଥିବାବେଳେ ଅନ୍ୟଟି ସମ୍ବଲପୁରରେ ଘଟିଛି । ସମ୍ବଲପୁରରେ ସମ୍ବଲପୁର ପୋଲିସ ଓ ସେପସଲ ସ୍କ୍ବାଡର ମିଳିତ ଏନକାଉଣ୍ଟର ହୋଇଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ ଏହି ଏନକାଉଣ୍ଟରର ଶିକାର ହୋଇଥିଲା । ସମ୍ବଲପୁର କୁଲୁଥକାନି-ଧନକଉଡା ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା । ତ୍ରିଦେବର ବାମ ଗୋଡରେ ଗୁଳି ବାଜି ଥିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତ୍ରିଦେବ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି ।

loading...

ପୁରୀ ବାସେଳିସାହି ନିକଟରେ ହୋଇଛି ଡବଲ ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଟିକି ଖାନ ଓ ବିଶ୍ଵ ସାହୁ ଆହତ ହୋଇଛନ୍ତି । ଗୁଳିମାଡରେ ୨ ଅଭିଯୁକ୍ତ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଟିକି ଖାନ ଓ ବିଶ୍ଵ ସାହୁ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।

Please follow and like us:
error
loading...