Odisha Infocus

ଝାଡଖଣ୍ଡରେ ଯବାନଙ୍କ ସହ ସଂଘର୍ଷ ଘଟି ୫ ମାଓବାଦୀ ନିହତ, ୪ ଯବାନ ଆହତ ଓ ଜଣେ ସହିଦ

NATIONAL

ଝାଡଖଣ୍ଡର ଦୁମୁକାଠାରେ ଆଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଜୋରଦାର ସଂଘର୍ଷ । ତଡକେ ନାମକ ସ୍ଥାନରେ ଏସଏସବି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆଜି ଭୋର ସାଢେ ୩ଟା ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ପ୍ରତିଜବାବ ଦେବାକୁ ଯାଇ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ ।

loading...

ସଂଘର୍ଷରେ ୫ଜଣ ମାଓବାଦୀ ଟଳି ପଡିଥିବାବେଳେ ଯବାନମାନଙ୍କ ମଧ୍ୟରେ ନିରଜେ ଛେତ୍ରୀ ନାମକ ଯବାନ ସହିଦ ହୋଇଯାଇଥିଲେ । ଗୁରୁତର ହୋଇଥିବା ଅନ୍ୟ ୪ ଜଣ ଯବାନ ହେଉଛନ୍ତି ରାଜେଶ କୁମାର ରୟ, ସୋନୁ କୁମାର, ସତୀଶ କୁମାର, ସତୀଶ ଗୁଜ୍ଜର ଓ କରଣ କୁମାର । ତେବେ ଯବାନ ରାଜେଶ କୁମାର ରୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ରାଞ୍ଚି ନିଆଯାଇଛି । ଅନ୍ୟ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Please follow and like us:
error
loading...