Odisha Infocus

କାଙ୍କେର ଜିଲ୍ଲାରେ ମାତିଲେ ମାଓବାଦୀ, ବଣ୍ଡା ଘାଟିରେ ପୋଲିସ ସହ ଗୁଳି ବିନିମୟ

NATIONAL

ପୁଣି ମାତିଛନ୍ତି ମାଓବାଦୀ । ଛତିଶଗଡ କାଙ୍କେର ଜିଲ୍ଲାରେ ମାଓ ତାଣ୍ଡବଲୀଳା ରଚାଇଛନ୍ତି । ଆରଏସଏସ କର୍ମୀ ଦାଦୁସିଂ କଟେରିଆଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସୂଚନା ମିଳିଛି ଯେ ପୋଲିସ ଇନଫରମର ସନ୍ଦେହରେ ତାଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ପ୍ରାୟ ୨୫ତୁ ୩୦ ସଶସ୍ତ୍ର ମାଓବାଦୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

ଓଡିଶାର ବଣ୍ଡା ଘାଟିରେ ମାଓବାଦୀଙ୍କ ସହିତ ପୋଲିସର ଗୁଳି ବିନିମୟ ଘଟିଛି । ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ଦାବୁଗୁଡା ଗାଁ ନିକଟରେ ଗୁଳି ବିନିମୟ ହୋଇଛି । ବଣ୍ଡାଘଟି ସୀମାରେ ହୋଇଥିବା ଗୁଳି ବିନିମୟରେ ଯବାନମାନଙ୍କ ଗୁଳିମାଡରେ ଅନେକ ମାଓବାଦୀ ନିହତ ହୋଇଥିବା ଆଶା କରାଯାଉଛି । ପ୍ରତିପକ୍ଷ ଗୁଳିଚାଳନାରେ କେତେକ ଏସଓଜି ଯବାନ ଆହତ ମଧ୍ୟ ହୋଇଛନ୍ତି । ଏବେ ବି ସେଠାରେ ଗୁଳିମାଡ ଜାରି ରହିଛି ।

Please follow and like us:
error