Odisha Infocus

ପାକ କମାଣ୍ଡୋକୁ ଭାରତୀୟ ସେନା ସଫା କରିବା ଭିଡ଼ିଓ ଭାଇରାଲ

NATIONAL

ପାକିସ୍ତାନୀ କମାଣ୍ଡୋକୁ ପୂରା ନିପାତ କରିଛି ଭାରତୀୟ ସେନା । ପାକିସ୍ତାନୀ ବିଏଟି ଅର୍ଥାତ ବର୍ଡର ଆକ୍ସନ ଟିମ ଓ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛି ସେନା । ତାହା ସହିତ ୫ ଜନ ବିଏଟି କମଣ୍ଡୋଙ୍କୁ ଏନକାଉଣ୍ଟର କରି ପୂରା ସାଫ କରିଦେଇଛି ।

loading...

ଏହି ନିପାତ କରିବାର ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିଛି ଭାରତୀୟ ସେନା ।  ଏହାକୁ ସୋସିଆଲ ମିଡିଆରେ ଛାଡିବା ପରେ ଏହା ପ୍ରବଳ ମାତ୍ରାରେ ଭାଇରାଲ ହୋଇଛି ।  ଏହା ଥିଲା ଅଗଷ୍ଟ ପ୍ରଥମ ସପ୍ତାହର ଏନକାଉଣ୍ଟର  ଘଟଣା । ଏହି ଏନକାଉଣ୍ଟର ଭିଡ଼ିଓ ହିଁ ପ୍ରସ୍ତୁତ କରିଥିଲା ସେନା । ଡ୍ରୋନ କ୍ୟାମେରାରେ କଏଦ ଭିଡ଼ିଓ ସୋସିଆଲ ମିଡିଆରେ ଛାଡି ପାକିସ୍ତାନୀଙ୍କ ଦ୍ଵାରା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା  କଥା ଭାରତ ସ୍ପଷ୍ଟ କରିଛି । କୁପୱାରା କେରଣ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିଲା ବିଏଟି। ପାକିସ୍ତାନ ସେନାର ଏହି ବିଏଟିଙ୍କ ସହିତ ଆତଙ୍କୀମାନେ ଭାରତ ମଧ୍ୟକୁ ପ୍ରବେଶ କରୁଥିଲେ । ଭାରତୀୟ ସେନା ୫ ପାକ କମାଣ୍ଡୋଙ୍କୁ ନିପାତ କରିବା ସହ ମାରଣାସ୍ତ୍ର ଭିଡ଼ିଓ ଛାଡିଛି ।

Please follow and like us:
error
loading...