କମିଲା ଇଏସଆଇ ବୀମା ରାଶି

STATE

ସରକାରଙ୍କ ଏକ ନିଷ୍ପତ୍ତି କ୍ରମେ ଇଏସଆଇ ସୁବିଧା ପାଉଥିବା କର୍ମଚାରୀଙ୍କ ବୀମା ରାଶି କମ କରାଯାଇଛି । ଜୁଲାଇ ୧ରୁ ବୀମା ରାଶି କମ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଇଏସଆଇ ଆକ୍ଟ ଅନୁସାରେ ଦରମାର ୬.୫% ବଦଳରେ ୪% ଜମା ହେବ । ଏଣିକି ନିଯୁକ୍ତିଦାତା ୪.୭୫% ବଦଳରେ ୩.୨୫% ଦାଖଲ କରିବେ ।

ନିଷ୍ପତ୍ତି ଅନୁଯାୟୀ କର୍ମଚାରୀଙ୍କ ଭାଗରୁ ୧.୭୫% ବଦଳରେ ୦.୭୫% ଅର୍ଥ ଜମା ହେବ । ବୀମା ରାଶି କମ ହେବା ଦ୍ଵାରା ୩.୬ କୋଟି କର୍ମଚାରୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏତଦ୍ଵାରା ୧୨.୮୫ ଲକ୍ଷ ନିଯୁକ୍ତିଦାତା କମ୍ପାନୀ ମଧ୍ୟ ଉପକୃତ ହେବେ ।

Please follow and like us:
error