onion

ପୋଲିସ ଆଖିରେ ଧୁଳି ଛାଟି ପିଆଜ ବୋଝେଇ ଟ୍ରାକରେ ଗଞ୍ଜେଇ ଚାଲାଣ

STATE Stay Focused

ମାଲକାନଗିରି ଅଞ୍ଚଳରେ ଧରାପଡିଛି ଚୋରା ଚାଲାଣକାରୀଙ୍କ ଏକ ଟ୍ରକ । ଟ୍ରକଟି ଥିଲା ପିଆଜରେ ଭରପୁର । ପୋଲିସ ଆଖିରେ ଧୁଳି ଛାଟି ଏହା ଭିତରେ ଲୁଚାଇ ଚାଲାଣ କରାଯାଉଥିଲା ଗଞ୍ଜେଇ । ହେଲେ ଗାଡିକୁ ଦେଖିଲେ ଯେ ଭାବିବ ଟ୍ରାକରେ ପିଆଜ ଯାଉଛି । ତେବେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭିତରୁ ବାହାରିଲା ଗଞ୍ଜେଇ ।

ପୋଡାଘାଟ ନିକଟରୁ ୮ କୁଇଣ୍ଟାଲ ଗଞ୍ଜେଇ ଉକ୍ତ ପିଆଜ ବୋଝେଇ ଟ୍ରକରେ ଯାଉଥିଲା । ଗଞ୍ଜେଇ ଜବତ କରିବା ସହିତ ଖଇରପୁଟ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଜଣାପଡିଛି ଯେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ଛତିଶଗଡକୁ ଚାଲାଣ କରାଯାଉଥିଲା ।

Please follow and like us:
error