ଜମ୍ମୁ-କାଶ୍ମୀର ସେନା ଶିବିରରେ ବିସ୍ପୋରଣ ; ୨ ଯବାନ ଗୁରୁତର

NATIONAL

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାରେ ଥିବା ଭାରତୀୟ ସେନା ଶିବିରରେ ଶୁକ୍ରବାର ବିସ୍ଫୋରଣ ଘଟି ଦୁଇ ସେନା ଯବାନ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ହାଣ୍ଡଓ୍ଵାରା ଅଞ୍ଚଳରେ ଥିବା ୧୫ ରାଷ୍ଟ୍ରୀୟ ରାଇଫେଲ୍ ଶିବିରରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଷ୍ଟ୍ରୀୟ ରାଇଫଲ୍ ହେଉଛି ଭାରତୀୟ ସେନାର ଏକ ଶାଖା। ଭାରତୀୟ ସେନାର ବିଭିନ୍ନ ବଛା ବଛା ଯବାନମାନଙ୍କୁ ନେଇ ଏହି ସୁରକ୍ଷା ବଳ ଗଠନ କରାଯାଇଛି। ଏହି ବଳକୁ ମୁଖ୍ୟତଃ ସୀମାରେ ଅନୁପ୍ରବେଶ ରୋକିବାକୁ ଜମ୍ମୁ-କଶ୍ମୀରରେ ମୁତୟନ କରାଯାଇଛି।

ପୂର୍ବରୁ ଜାନୁଆରୀ ମାସରେ ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଲାରେ ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଜିଲ୍ଲାର ଅହଗମ ଗ୍ରାମରେ ୪୪ ରାଷ୍ଟ୍ରୀୟ ରାଇଫଲ୍ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନଙ୍କର ଏପରି କାର୍ୟ୍ୟକଳାପ ପରେ ଭାରତୀୟ ସେନା ପରେ ଏହାର ଜବାବ ଦେଇଥିଲା। ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ଏପରି ଅସନ୍ତୋଷ ତୀବ୍ର ହୋଇଛି।

Please follow and like us: