ନକଲି ଷ୍ଟେସନ ମାଷ୍ଟର ଗିରଫ

STATE

ବଲାଙ୍ଗିର : ନକଲି ଆସିଷ୍ଟାନ୍ତ ଷ୍ଟେସନ ମାଷ୍ଟରଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ରେଳ ଷ୍ଟେସନର ଟିକେଟ କାଉଣ୍ଟର ନିକଟରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କର ନାମ ହୃଷୀକେଶ ଦାସ ।

ରିଜର୍ଭେସନ ଟିକେଟ କରାଇଦେବା ନାଁରେ ସେ ଲୋକଙ୍କୁ ଲୁଟୁଥିଲେ । ଅଭିଯୁକ୍ତଙ୍କଠାରୁ ନକଲି ଆଇକାର୍ଡ଼, ଭୋଟର କାର୍ଡ଼ ଜବତ କରାଯାଇଛି । ତା ସହିତ ପ୍ୟାନ କାର୍ଡ଼ ଓ ୩ଟି ମୋବାଇଲ ଆରପିଏଫ ଜବତ କରିଛି । ସେ ସ୍ଵୀକାର କରିଛନ୍ତି ଯେ ୧୫ ହଜାର ଟଙ୍କାରେ ନକଲି ରେଲୱେ ପ୍ରମାଣପତ୍ର କିଣିଥିଲେ । ଏହି ନକଲି ପ୍ରମାଣପତ୍ର ସେ ଭୁବନେଶ୍ଵରର ରମାକାନ୍ତ ବେହେରା ନାମକ ଜନୈକ ବ୍ୟକ୍ତିଙ୍କଠାରୁ କିଣିଥିଲେ ।

Please follow and like us:
error