ନକଲି ମାଓବାଦୀ ଧରା ପଡିଲେ

STATE

୩ ଜଣ ନକଲି ମାଓବାଦୀ ଧରା ପଡିଛନ୍ତି । ସେମାନଙ୍କୁ ଭଟଲି ଥାନା ପୋଲିସ ଧରି ନେଇ ଥାନାରେ ଅଟକ ରଖିଛି । ବରଗଡର ବିଭିନ୍ନ ସ୍ଥାନରେ ଚଢାଉ ପରେ ସେମାନକୁ ଧରି ସେମାନଙ୍କ କାରନାମା ଘଟଣା ଜାଣି ପୋଲିସ ଅଟକ ରଖିଛି।

loading...

୩ ନକଲି ମାଓବାଦୀଙ୍କ ମଧ୍ୟରେ ଜଣେ ଫରେଷ୍ଟର ରହିଥିବା ସୂଚନା ମିଳିଛି । ମାଓବାଦୀଙ୍କ ନାମରେ ଏମାନେ ପରିଚୟ ଦେଇ ଗାଁ ଲୋକଙ୍କୁ ଧମକାଇବା ସହିତ ସେମାନଙ୍କଠାରୁ ଟଙ୍କା ଅଦାୟ କରୁଥିଲେ । ଲୋକେ ମାଓବାଦୀଙ୍କୁ ଭୟ କରୁଥିବାରୁ ନିଜର ତଥା ପରିବାରକୁ ବଞ୍ଚାଇବାକୁ ନକଲି ମାଓବାଦୀ ଦାବି କରୁଥିବା ଟଙ୍କା ଦେଉଥିବାର ଅଭିଯୋଗ ମିଳିଛି।

Please follow and like us:
error
loading...