ଅତି ଭୀଷଣ ବାତ୍ୟାର ରୂପ ନେଲା ଫନି, ମାଡିଆସୁଛି ପୁରୀକୁ କରାଳ ରୂପ ଧରି

Weather

ଶେଷରେ ଅତିରୁ ଅତିଭୀଷଣ ବାତ୍ୟାର ରୂପ ନେଲା ଫନି । କାୟା ବିସ୍ତାର କରି ତାର ଉଗ୍ର ରୂପ ଧରି ସେ ମାଡି ଆସୁଛି ପୁରୀକୁ । ଘଣ୍ଟାକୁ ୧୦କିମି ବେଗରେ ସେ ମାଡି ଆସୁଛି । ବର୍ତ୍ତମାନ ସେ ପୁରୀଠାରୁ ୬୮୦ କିମି ଓ ବିଶାଖାପାଟଣାଠାରୁ ୪୩୦ କିମିରୁ କମ ଦୂରତାରେ ରହିଛି । ଅନୁମାନ କରାଯାଉଛି ଯେ ଏହା ପୁରୀ ଜିଲ୍ଲା ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ କରିବ ।

ଆସନ୍ତା ୩ ତାରିଖ ଅପରାହ୍ନରେ ଏହା ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ଆମେରିକୀୟ ସଂସ୍ଥା ଜେଟିଡ଼ବଲଇଉସିର ରିପୋର୍ଟ ଆଧାରରେ ଏସଆରସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଏହା ସହିତ ସମ୍ଭାବ୍ୟ ବାତ୍ୟା ‘ଫନି’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।

Please follow and like us:
error