odisha infocus

ଚାଷୀ ହୋଇପାରନ୍ତି ହତାଶ, ଧୋକା ଦେଇପାରେ ମୌସୁମୀ

Weather

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଥରକ ଓଡ଼ିଶାକୁ ବିଳମ୍ବରେ ଆସିବ ମୌସୁମୀ । କେବଳ ବିଳମ୍ବରେ ନୁହେଁ, ଆସିବାରେ ବ୍ୟତିକ୍ରମ ମଧ୍ୟ ଘଟିବାର ରହିଛି । ଏହା ଆସାମ ଆଡକୁ ଅଗ୍ରଗତି କରିବାର ଅଧିକ ସମ୍ଭାବନା ଥିବାରୁ ରାଜ୍ୟକୁ ଉତ୍ତର ଓଡିଶା ପଟୁ ପ୍ରଥମେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି । ଏହା ଘଟିଲେ ପ୍ରଥମେ ବାଲେଶ୍ଵର, ମୟୂରଭଞ୍ଜ ଓ ଭଦ୍ରକରେ ପ୍ରଥମ ବର୍ଷା ହେବ । ତେବେ କେବେ ଓଡିଶାରେ ପ୍ରବେଶ କରିବ, ତାହା ସଠିକ ରୂପେ ଜଣାପଡିନାହିଁ ।

ପ୍ରାପ୍ତ ସଂବାଦ ଅନୁଯାୟୀ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ପହଞ୍ଚି ସାରିଛି । ପୂର୍ବ ବର୍ଷଠାରୁ ବିଳମ୍ବରେ ଜୁନ ୬ରେ କେରଳ ଛୁଇଁବାର ସମ୍ଭାବନା ରହିଛି । ସେ କ୍ଷେତ୍ରରେ ଓଡିଶାରେ ମୌସୁମୀ ଜୁନ ୧୫ରୁ ୧୭ ମଧ୍ୟରେ ପ୍ରବେଶ କରିବ । ଭାରତୀୟ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି ଯେ ଏଲି-ନିନ୍ୟୋ ପ୍ରଭାବରୁ ଚଳିତ ବର୍ଷ ଜୁଲାଇରେ ସ୍ଵାଭାବିକଠାରୁ କମ ବର୍ଷା ହେବ । ତେବେ ଅଗଷ୍ଟରେ ସ୍ଵାଭାବିକ ବର୍ଷା ହେବ ବୋଲି ଆଶା ପ୍ରକାଶ କରିଛି ।

Please follow and like us:
error