ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

STATE

ବୟସ ଗଡିଗଲେ ମନୁଷ୍ୟ ହୋଇଯାଏ ନିହାତି ଅସହାୟ । ପୁଅ ଉପରେ ନିର୍ଭର କରି ଜୀବନ ବିତାଇବାକୁ ପଡିଥାଏ । ବୁଢା ଦିନରେ ସେ ହିଁ ହୋଇଥାଏ ସାହାଭରସା । ସେଥିପାଇଁ ଆମ ସମଯରେ ପୁଅଟିଏ ପ୍ରତି ଥାଏ ଅହେତୁକ ଦୁର୍ବଳତା । ହେଲେ ପୁଅ ଯଦି ସଇତାନ ହୁଏ…? ଆଜି ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ ହେବା ଭଳି ଖବର ମିଳିଛି ।

loading...

ନୂଆପଡାର ଖଡିଆଳ ଥାନା କେନ୍ଦୁପାଟି ଗାଁର ଝରାବାହାଲପଡାରେ ଘଟିଛି ସେଭଳି ଏକ ଭୟଙ୍କର ନୃଶଂସତା । ପୁଅର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଛି ତାର ବାପା ନକୁଲ ବନଛୋଇ। ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ପୂର୍ଣ ବନଛୋଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗ୍ରାମରକ୍ଷୀଠାରୁ ଖବର ପାଇ ପୋଲିସ ମୃତଦେହ ଜବତ କରିଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଖଡିଆଳ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

Please follow and like us:
error
loading...