ଶ୍ଵଶୁର, ଟାଙ୍ଗିଆରେ ଜ୍ଵାଇଁର ଗୋଡ କରିଦେଲା ଦି ଗଡ

Stay Focused

ବୌଦ୍ଧର କଣ୍ଟାମାଳ ଥାନା ଅନ୍ତର୍ଗତ ଡ଼ୁଙ୍ଗୁରିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ଵଶୁର ଟାଙ୍ଗିଆ ଚୋଟରେ ଦି ଗଡ କରିଦେଇଛି ଜ୍ଵାଇଁର ଗୋଡକୁ । ଆଣ୍ଠୁ ପାଖରୁ ଜ୍ଵାଇଁର ଗୋଡ ଅଲଗା ହୋଇଯାଇଛି । କଟା ଗୋଡ ସହ ଜ୍ଵାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

loading...

ସୂଚନା ମିଳିଛି ଯେ ଝିଅ ପ୍ରେମ ବିବାହ କରିଥିବାରୁ ବାପା ତାଙ୍କ ଜ୍ଵାଇଁଙ୍କ ଉପରେ ରାଗିଥିଲେ । ଜ୍ଵାଇଁ ତାଙ୍କ ଝିଅକୁ ଅପହରଣ କରି ବିବାହ କରିଥିଲେ । ଝିଅ ଅଙ୍ଗନବାଡି କର୍ମୀ ଥିବାରୁ ଜ୍ଵାଇଁ ଝିଅକୁ ଆଣି ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲା । ତାଙ୍କର ଫେରିବା ବାଟକୁ ଅନାଇ ରାସ୍ତାରେ ଶ୍ଵଶୁର ଛକି ବସିଥିଲେ । ତାଙ୍କ ଝିଅକୁ ଜ୍ଵାଇଁ କେନ୍ଦ୍ରରେ ଛାଡି ଫେରୁଥିବାବେଳେ ଶ୍ଵଶୁରଙ୍କ ଆକ୍ରମଣର ଶିକାର ହୋଇଥିଲେ ।

Please follow and like us:
error
loading...