odisha infocus

ବଢି ବଢି ଚାଲିଛି ହାତୀ ଉପଦ୍ରବ, ଭୟରେ ଅସ୍ଥିର ଲୋକେ

STATE

କେନ୍ଦୁଝରର ଦୁଇଟି ଅଞ୍ଚଳରେ ଏବେ ଖେଳି ଯାଇଛି ହାତୀ ଆତଙ୍କ । ଗୋଟିଏ ଜମିରିଡିହ ଗାଁ ନିକଟରେ ଓ ଆଉ ଗୋଟିଏ ଚମ୍ପୁଆ ରେଞ୍ଜ ଅଞ୍ଚଳରେ । ଜମିରିଡିହ ଗାଁ ନିକଟରେ ଏକ ଡନ୍ତା ହାତୀ ଆତଙ୍କ ଖେଳାଇ ଦେଇଛି । ଗାଁର ସ୍କୁଲ ଘର ଭାଙ୍ଗିଦେବା ସହିତ ଆଉ ଦୁଇଟି ଘର ମଧ୍ୟ ଭାଙ୍ଗି ଦେଇଛି । ସ୍କୁଲର ଘର ଭାଙ୍ଗିବା ସହିତ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ ମଧ୍ୟ ଖାଇଦେଇଛି । ଏହି ଘଟଣାରେ ଲୋକେ ଆତଙ୍କିତ ଥିବାବେଳେ ବନବିଭାଗ ଚୁପ ହୋଇ ବସିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

loading...

ସେହିପରି ଚମ୍ପୁଆ ଅଞ୍ଚଳରେ ଏକ ହାତୀପଲ ଗାଁ ଭିତରକୁ ପଶିଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । କଟା ହୋଇଥିବା ଧାନ ବିଡାକୁ ମଧ୍ୟ ଖାଇ ଦେଇଛନ୍ତି । ଭୟରେ ଲୋକେ ଅସ୍ଥିର । ଏଠାରେ କିନ୍ତୁ ବନବିଭାଗ ପକ୍ଷରୁ ହାତୀପଲକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

ଖୋର୍ଦ୍ଧାରେ ମଧ୍ୟ ଦେଖାଦେଇଛି ହାତୀ ଉପଦ୍ରବ । ଖୋର୍ଦ୍ଧାର ଦେଉଳି ଗାଁରେ ହାତୀପଲ ପଶି ୬ ବଖରା ଘର ଭାଙ୍ଗି ଦେଇଛନ୍ତି । ତାପରେ ୨ଟି ସ୍କୁଲର ପାଚେରି ଭାଙ୍ଗି ଦେଇ ଗାଁ ପାଖ ଜଙ୍ଗଲକୁ ପଳାଇଯାଇଛନ୍ତି । ତେଣୁ ସେଠାରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Please follow and like us:
error
loading...