ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ଆସନ୍ତାବର୍ଷ ଜୁଲାଇରେ ରିଲିଜ୍‍

ENTERTAINMENT

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ତାଙ୍କ ଅଭିନୀତ ସଫଳ ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଅଫିସିଆଲ ଆନାଉନ୍ସ ମଧ୍ୟ ସରିଛି।

ଇତିମଧ୍ୟରେ ଫିଲ୍ମରେ ଟାଇଗରଙ୍କ ପ୍ରଥମ ଫଟୋ ସମ୍ମୁଖକୁ ଆସିସାରିଛି। ନିଜେ ଟାଇଗର ଫଟୋଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଆକ୍ସନ୍ ମୁଡରେ ଦେଖିବାକୁ ମିଳୁଛି। ପୋଷ୍ଟରରେ ସେ ଏକ ବନ୍ଧୁକ ଧରିଛନ୍ତି। ‘ହିରୋପନ୍ତି-୨’ ଜୁଲାଇ ୨୦୨୧ରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଅହମ୍ମଦ ଖାନ୍।

Please follow and like us:
error