ପୁରୀରେ ସିଂହଦ୍ଵାର ନିକଟରେ ଅଗ୍ନିକାଣ୍ଡ

STATE

ପୁରୀରେ ଚାଲିଛି ଏବେ ରଥଯାତ୍ରା । ସାରା ସହର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଗହଳ ଚହଳ । ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଭଉଣୀ ଓ ବଡଭାଇଙ୍କ ସହିତ ଆସି ପହଞ୍ଚିଛନ୍ତି ସିଂହଦ୍ଵାର ସମ୍ମୁଖରେ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ୩ଟି ରଥ ଲାଗିଛି ସିଂହଦ୍ଵାର ସାମ୍ନାରେ । ଆଉ ଏହି ସମୟରେ ଘଟିଛି ଏକ ଅଗ୍ନିକାଣ୍ଡ ।

ଅଗ୍ନିକାଣ୍ଡ ଘଟିଛି ଏକ ରେଷ୍ଟୁରାଣ୍ଟରେ । ଗ୍ୟାସ ଲିକ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଦମକଳ ବାହିନୀ ଖବର ପାଇ ତୁରନ୍ତ ଆସି ନିଆଁ ଲିଭାଇଛନ୍ତି । ତେବେ ନିଆଁ ଲାଗିଥିବାରୁ ସାଧାରଣ ଜନତା ଭୟଭୀତ ହୋଇପଡିଥିଲେ ।

Please follow and like us:
error