ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

STATE

ଜଗତସିଂହପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରିରେ ପ୍ରସୂତି ବିଭାଗରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

loading...

ଅଗ୍ନିକାଣ୍ଡ ଯୋଗୁ ସାରା ରାତି ରୋଗୀ ତାଙ୍କର ଆଟେଣ୍ଡାଣ୍ଟ ସହିତ ବାହାରେ ଖୋଲା ଆକାଶ ତଳେ ବସି ରହିବାକୁ ବାଧ୍ୟ ହୋଇଥିଲେ । ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

Please follow and like us:
error
loading...