Fire

ରାଜଧାନୀ ଛାତିରେ ଅଗ୍ନି

STATE

            ଗତକାଲି ରାତ୍ରିରେ ଘଟିଛି ଭଯାବହ ଅଗ୍ନିକାଣ୍ଡ । ତାହା ପୁଣି ରାଜଧାନୀ ଭୁବନେସ୍ଵରରେ (Bhubaneswar) । ଡମଣା ଛକରେ ଥିବା ଡେଲି ମାର୍ଟରେ । ଗତକାଲି ସମୟ ୩ଟା୩୦ରେ  ଭେନସ ଡେଲି ମାର୍ଟର ଦ୍ଵିତୀୟ ମହଲାରେ ଏହି  ଅଗ୍ନିକାଣ୍ଡ ଘଟିଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହେଇଯାଇଛି । ତେବେ ସମୟ ନେଇ ସଠିକ ଜଣାପଡି ନାହିଁ । କାରଣ ସିକୁରିଟୀ ଗାର୍ଡ଼ କହିବା ଅନୁଯାୟୀ ଭୋର ୫ଟା ୧୫ରେ ଧୂଆଁ ବାହାରିବା ଦେଖି ସେ ଯାଇ ଜାଣିଥିଲା ଯେ ନିଆଁ ଲାଗିଛି । ତେବେ ଖବର ପାଇ ୬ଟି ଦମକଳ ବାହିନୀ ଆସି ପହଞ୍ଚିଥିଲେ । ଦୀର୍ଘ ୨ ଘଣ୍ଟା କାଳ ଲାଗି ନିଆଁକୁ ଆୟତ୍ତ କରଯାଇଥିଲା ।

            ଅଗ୍ନିକାଣ୍ଡର କାରଣ ଜଣାପଡିନି । ଖୋଲତାଡ ଚାଲିଛି । ପ୍ରାରମ୍ଭିକ ସ୍ତରରୁ ଜଣା ପଡିଛି ଯେ ସର୍ଟ ସର୍କିଟ କାରଣରୁ ଘଟି ଥାଇପାରେ। ଉଲ୍ଲେଖାଯୋଗ୍ୟ ଯେ ନିକଟରେ ଅଗ୍ନିଶମ ବିଭାଗ ତରଫରୁ ନିକଟରେ ରାଜଧାନୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ତାହାର ମୁକାବିଲା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ତାର ଯାଞ୍ଚ କରଯାଇଥିଲା । ତେବେ ନିର୍ଦ୍ଦିଷ୍ଟ ମାର୍ଟରେ ଯାଞ୍ଚ ହେଇଥିଲା ନା କର୍ତ୍ତବ୍ୟରେ ହେଳା କରି ଭୁଲ ରିପୋର୍ଟ ଦିଆଯାଇଥିଲା ତାହା ଜଣାପଡିନି ।

            ଏହାଛଡା ସିସିଟିଭି ଫୁଟେଜ ଯାଞ୍ଚ କରି ଅଗ୍ନିକାଣ୍ଡର ସମୟ ଓ କାରଣ ଜାଣିବାକୁ ଚେଷ୍ଟା କରାଯାଉଛି ।

Please follow and like us: