ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ, ଜଳିଗଲା ଏକ ବଖରା ଘର

STATE Stay Focused

ବିନିକା : ରୋଷେଇ ଘରେ ରୋଷେଇ କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଗଲା । ପରେ ପରେ ଘଟିଲା ବିସ୍ଫୋରଣ । ଘଟଣା ସ୍ଥଳରେ ୨ ଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ଘଟଣାଟି ଘଟିଛି ବିନିକାର ଶକମା ଗାଁରେ । ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଏକ ବଖରା ଘର ବି ଜଳି ସମ୍ପୂର୍ଣ ଭସ୍ମ ହୋଇଯାଇଛି ।

ରୋଷେଇ ଘରେ ରାନ୍ଧୁଥିବା ମହିଳାଙ୍କୁ ନିଆଁରେ ଥିବା ଦେଖି ପଡୋଶୀ ଉଦ୍ଧାର କରିବାକୁ ଦୌଡି ଆସିଥିଲେ । ହେଲେ ଦୁର୍ଭାଗ୍ୟ, ସେ ବି ମହିଳାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଗୁରୁତର ହୋଇଛନ୍ତି ।
ରାନ୍ଧୁଥିବା ମହିଳା ଓ ତାଙ୍କ ପଡୋଶୀ, ଦୁହିଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Please follow and like us:
error