ବିଶ୍ଵକପ : ପ୍ରଥମ ସେମିଫାଇନାଲରେ ଭାରତ ଟକ୍କର ଦେବ ନ୍ୟୁଜିଲାଣ୍ଡକୁ

SPORTS

ଚଳିତ ବିଶ୍ଵକପର ଦ୍ଵାଦଶ ସଂସ୍କରଣର ସରିଯାଇଛି ଲିଗ ପର୍ଯ୍ୟାୟ । ଦୀର୍ଘ ୪୫ ଦିନ ଧରି ଚାଲିଥିବା ଲିଗ ପର୍ଯ୍ୟାୟର ଶେଷ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ନକଆଉଟ । ଆଜି ଆରମ୍ଭ ହେଉଛି ପ୍ରଥମ ସେମିଫାଇନାଲ । ଭାରତ ଆଜି ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଟକ୍କର ଦେବ ଗତଥରର ରନର୍ସଅପ  ନ୍ୟୁଜିଲାଣ୍ଡକୁ । ସମୟ ଅପରାହ୍ନ ୩ଟା ସମୟରେ ଏହି ରୋମାଞ୍ଚକର ସେମିଫାଇନାଲ ଖେଳ ଖେଳାଯିବ । ଦ୍ଵିତୀୟ ସେମିଫାଇନାଲ ଆସନ୍ତା ଗୁରୁବାର ଦିନ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମଠାରେ ଖେଳାଯିବ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ଚଳିତ ବିଶ୍ଵକପରେ ମୋଟ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ, ଗୋଟିଏର ପରାଜୟ ଓ ଗୋଟିଏ ବିନା ଫଳାଫଳରେ ୧୫ ପଏଣ୍ଟ ପାଇଁ ଟେବୁଲର ଶୀର୍ଷରେ ରହିଛି । ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ ଖେଳି ୫ଟିରେ ବିଜୟୀ, ୩ଟିରେ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଏହି ଦୃଷ୍ଟିରୁ ଭାରତର ପଲା ଭାରି ରହିଛି । ତେବେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ସାମ୍ନା କରିବାରେ ଭାରତ କିଭଳି ସଫଳ ହେଉଛି ତାହାହିଁ ହେବ ଆଜିର ଖେଳର ନିର୍ଣାୟକ । ସେପରି ନ୍ୟୁଜିଲାଣ୍ଡ ଚାହିଁବ ଆଜିର ଖେଳରେ ଜିତିବା ପାଇଁ ।  ତେଣୁ ଆଜି ଓଲ୍ଡ ଟ୍ରାଫୋର୍ଡରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ।

Please follow and like us:
error