ଆଜିଠୁ ଆରମ୍ଭ ହେଲା‘ଫିଟ ଇଣ୍ଡିଆ ମୁଭମେଣ୍ଟ’, ଉଦ୍ଘାଟନ କଲେ ନରେନ୍ଦ୍ର ମୋଦି

NATIONAL

ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ଏହି କ୍ରୀଡା ଦିବସ ଅବସରରେ ଆରମ୍ଭ ହେବାକୁ ଯାଉଛି ‘ଫିଟ ଇଣ୍ଡିଆ ମୁଭମେଣ୍ଟ’ ଅଭିଯାନ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଫିଟନେସ ମନ୍ତ୍ର । ସେ କହିଛନ୍ତି, ‘ ଖେଳାଳି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସୁସ୍ଥ ରହିବାକୁ ଫିଟନେସ ଜରୁରୀ । ବ୍ୟାୟାମ କଲେ ମଣିଷ ସୁସ୍ଥ ରହିବା ସହ ଦୀର୍ଘ ଦିନ ବଞ୍ଚିବ । ଫିଟନେସ ଜୀବନର ଏକ ଅଭିନ୍ନ ଅଙ୍ଗ । ମୋତେ ବିଶ୍ଵାସ ଅଛି ସମସ୍ତଙ୍କ ଭିତରର ବିଦ୍ୟାର୍ଥୀ ବଞ୍ଚିଛି । ବୟସ ଯାହା ବି ହେଉ ସମସ୍ତଙ୍କ ଭିତରର ବିଦ୍ୟାର୍ଥୀ ବଞ୍ଚିଛି ।‘

Please follow and like us: