Biju Patnaik International Airport

ଯାତ୍ରୀଙ୍କ ଉତ୍ପାତ କାରଣରୁ ଭୁବନେଶ୍ଵର ଏୟାରପୋର୍ଟ ରେ ବିମାନର ଜରୁରୀ ଅବତରଣ

STATE

ଜଣେ ଯାତ୍ରୀ ବିମାନ ଭିତରେ ଉତ୍ପାତ ରଚିବାରୁ ବାଧ୍ୟ ହୋଇ ବିମାନଟିର ଜରୁରୀ ଅବତରଣ କରିବାକୁ ବିମାନଚାଳକ ବାଧ୍ୟ ହୋଇପଡିଛନ୍ତି । ବିମାନଟି ଅବତରଣ କରିଛି ଭୁବନେଶ୍ଵର ଏୟାରପୋର୍ଟ ରେ । ସୂଚନା ଅନୁସାରେ ବିମାନଟି ହାଇଦ୍ରାବାଦରୁ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା । ହେଲେ ବିମାନ ଭିତରେ ଜଣେ ଯାତ୍ରୀ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିଲେ । ଏହି ବିଶୃଙ୍ଖଳିତ ଯାତ୍ରୀଙ୍କ ନାମ ଇରସାଦ ଅଲ୍ଲୀ ବୋଲି ଜଣାପଡିଛି ।

loading...

ଇରସାଦଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ଓହ୍ଲାଇ ଦେଇ ପୋଲିସ ଜିମା ଦେଇଥିଲେ ଏୟାରପୋର୍ଟ କର୍ତ୍ତୃପକ୍ଷ । ଇରସାଦଙ୍କ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ଇରସାଦଙ୍କ ସାଙ୍ଗ ଅବଦୁଲ କରିମଙ୍କ ସୂଚନା ଅନୁସାରେ ଇରସାଦଙ୍କ ଘର ଆସାମରେ । ପୁନେର ଏକ ଆଇସକ୍ରିମ ପାର୍ଲରରେ ସେ କାମ କରନ୍ତି । ମା’ଙ୍କ ମୃତ୍ୟୁ ଖବର ପାଇ ଇରସାଦ ଘରକୁ ଯାଉଥିଲେ ।

Please follow and like us:
error
loading...