Jharsuguda

ଝାରସୁଗୁଡାରେ ଅବତରଣ ହୋଇପରିଲାନି ବିମାନ, ଫେରିଗଲା ଭୁବନେଶ୍ଵର

STATE

ଝାରସୁଗୁଡାରେ ଅବତରଣ କରିବାକୁ ଥିବା ଆଲିଆଞ୍ଜ  ବିମାନ କୌଣସିମତେ ବି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ । ମେଘୁଆ ପାଗ ଥିବାରୁ ବିମାନଟିକୁ ଅବତରଣ କରିବାକୁ ବିମାନବନ୍ଦର ପକ୍ଷରୁ ଅନୁମତି ଦିଆଯାଇନଥିଲା । ତେଣୁ ବିମାନ ଅବତରଣ କରାଇବାରେ ପାଇଲଟ ସକ୍ଷମ ହୋଇପାରିନଥିଲେ ।  ସେଥିପାଇଁ  ବିମାନଟି ଭୁବନେଶ୍ଵର ଫେରିବାକୁ ବାଧ୍ୟ ହୋଇଥିଲା ।

ବିମାନଟି ଭୁବନେଶ୍ଵରରୁ ଉଡାଣ କରିଥିବା ହେତୁ ତାକୁ ପୁଣି ଭୁବନେଶ୍ଵରକୁ ଫେରାଇ ଆଣି ଅବତରଣ କରାଯାଇଥିଲା । ଏପରି ଘଟଣାରେ ବିମାନଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Please follow and like us:
error