ରଣବୀରଙ୍କୁ ଟଏଲେଟ କ୍ଲିନର ସହ ତୁଳନା କଲେ ଲୋକେ

ENTERTAINMENT

ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ସହ ନିଜ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ପୋଷାକ ବାଛିବାର ଷ୍ଟାଇଲ ତାଙ୍କୁ ଅନ୍ୟ କଳାକାରମାନଙ୍କଠାରୁ ଭିନ୍ନ କରୁଥିବା ବେଳେ ଅନେକ ସମୟରେ ସେ ନିଜ ପୋଷାକ ପାଇଁ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଏବେ ପୁଣି ଥରେ ସେ ନିଜ ପୋଷାକ ଚୟନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ସୂଚନା ମୁତାବକ, ରଣବୀର ସିଂହ ଇନଷ୍ଟାରେ ନିଜର ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ନୀଳ ଏବଂ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଦେଖା ଯାଇଥିଲା । ଗଳାରେ ସିଲଭର ଚେନ୍ ଏବଂ ଲାଲ ରଙ୍ଗର ଟୋପି ପିନ୍ଧିଥିଲେ ରଣବୀର ସିଂହ । ଏଭଳି ଫଟୋ ପୋଷ୍ଟ କରିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଛି ଲୋକ ରଣବୀରଙ୍କୁ ଟଏଲେଟ୍ କ୍ଲିନର ସହ ତୁଳନା କରିଥିଲେ । ଜଣେ ବ୍ୟବହାରକାରୀ, ‘ନୀଲା ଟଏଲେଟ କେ ଲିଏ, ଲାଲ ବାଥରୁମ୍ କେ ଲିଏ’ ଲେଖିଥିବା ଦେଖାଯାଇଥିଲା ।

Please follow and like us: