Thakei

ଧରା ପଡିବା ଭୟରେ କାଠ ମାଫିଆ ଫେରାର

STATE

କାଠ ମାଫିଆମାନେ ନିର୍ବିଘ୍ନରେ କାଠ ଚୋରା ଚାଲାଣ କରି ଆସୁଥିବାବେଳେ ଆଜି ସେମାନଙ୍କୁ ଜଗିଛି ଜୋରରେ ଝଟକା । ପାଟଣା ଅଞ୍ଚଳରେ ସକ୍ରିୟ ହୋଇଉଠିଛନ୍ତି ଏହି କାଠମାଫିଆ ଦଳ । ହେଲେ ଆଜି ସେମାନଙ୍କର କାଠ ବୋଝେଇ ପିକଅପ ଭ୍ୟାନକୁ ଜବତ କରାଯାଇଛି । ପାଟଣାର ଧନୁର୍ଜୟପୁର ଜଙ୍ଗଲରୁ ମୂଲ୍ୟବାନ ଶାଳ କାଠ ମାଫିଆମାନେ ଚୋରା ଚାଲାଣ କରୁଥିଲେ ।

loading...

ବନବିଭାଗର ନଜରକୁ ଏଡାଇ କାଠ ବୋଝେଇ ଗାଡି ଆଣୁଥିବାବେଳେ ବନବିଭାଗ ପହଞ୍ଚି ଯାଇଥିଲା । କାଠ ଭର୍ତ୍ତି ଗାଡିକୁ ବନ ବିଭାଗ ଜବତ କରିନେଲା । ହେଲେ ବନ ବିଭାଗ ମାଫିଆଙ୍କୁ କାବୁ କରିବା ପୂର୍ବରୁ ମାଫିଆମାନେ ଗାଡି ଛାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Please follow and like us:
error
loading...