କଣ୍ଟ୍ରୋଲ ୟୁନିଟ ହଜିବା ସ୍ଵୀକାର କଲେ ସିଇଓ, ୧୦ଟି ବୁଥରେ ହେବ ସାନି ମତଦାନ

STATE

ବ୍ରହ୍ମଗିରୀର ୬୨ ନମ୍ବର ବୁଥ କଣ୍ଟ୍ରୋଲ ୟୁନିଟ ହଜିବା ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ଵୀକାର କରିଛନ୍ତି । ଗତ ୨୩ ତାରିଖ ରାତିରେ ଇଭିଏମ ରିସିଭ କରାଯାଇ ଷ୍ଟ୍ରଙ୍ଗ ରୁମରେ ରହୁଥିଲା । ତେବେ ସମ୍ପୃକ୍ତ କଣ୍ଟ୍ରୋଲ ୟୁନିଟକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ରଖାଯାଇନି । ସେଠାରେ ୧୨ଟି ଷ୍ଟ୍ରଙ୍ଗ ରୁମ ରହିଛି । ଅନୁମାନ କରାଯାଉଛି ଯେ ଅନ୍ୟ ଷ୍ଟ୍ରଙ୍ଗ ରୁମରେ ରହିଥାଇପାରେ ।

ଏନେଇ ସିଇଓ ପ୍ରକାଶ କରିଛନ୍ତି, “ଇଭିଏମ ରିସିଭ କରିଥିବା ଅଧିକାରୀଙ୍କ ତ୍ରୁଟି ରହିଛି । ଜିଲ୍ଲାପାଳଙ୍କଠାରୁ ସୂଚନା ପାଇ ଆମେ ନିର୍ବାଚନ କମିଶନଙ୍କୁ ଜଣାଇଛୁ । ଉକ୍ତ ବୁଥରେ ସାନି ମତଦାନ ପାଇଁ ସୁପାରିସ କରାଯାଇଛି । ତା ସହିତ ମୋଟ ୧୦ଟି ବୁଥରେ ସାନି ଭୋଟ ପାଇଁ ସୁପାରିସ ହୋଇଛି । ବ୍ରହ୍ମଗିରୀର ୨ଟି, ଆଠଗଡର ୪ଟି ବୁଥରେ ସାନି ଭୋଟ ପାଇଁ ସୁପାରିସ ହୋଇଛି । ଏହା ବାଦ ବଡମ୍ବା, ଦେବଗଡ, ସତ୍ୟବାଦୀ ଓ ତାଳଚେରର ଗୋଟିଏ ଲେଖାଏଁ ବୁଥ ପାଇଁ ସୁପାରିସ କରାଯାଇଛି ।”

Please follow and like us:
error