ତୁ ମୋର ନୁହେଁ ତ କାହାର ନୁହେଁ, ଯୁବତୀ କାଟିଲା ବାନ୍ଧବୀ ବେକ

CRIME STATE

ଭୁବନେଶ୍ବର : ଜଣେ ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ । ପରିବା କଟା ଛୁରୀରେ ଅତି ନାରକୀୟ ଭାବେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରାଜଧାନୀ ସ୍ଥିତ ଗୌରୀନଗର ଅଞ୍ଚଳରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ । ସେପଟେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଗୋଟିଏ ରୁମ୍ ରେ ଦୀର୍ଘ ସାଢେ ତିନି ବର୍ଷ ଧରି ରହୁଥିଲେ । ତେବେ କେଉଁ କାରଣରୁ ଜଣେ ଆଉଜଣଙ୍କୁ ହତ୍ୟା କଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ବାନ୍ଧବୀ କାଟିଲା ବାନ୍ଧବୀର ବେକ । ଅତି ନିର୍ଦ୍ଦୟ ହୋଇ ବେକରେ ଭୁସି ଥିଲା ଛୁରୀ । ସମ୍ପର୍କ ଭିତରେ ସଇତାନ କାଟି ଦେଇଥିଲା ବନ୍ଧୁତ୍ବର ଡୋରି । ଭୁଲିଗଲା ଦୀର୍ଘ ଦଶ ବର୍ଷର ନିବିଡ ସମ୍ପର୍କ । ଗୋଟିଏ କୋଠରୀରେ ବିତୁଥିଲା ଜୀବନ । କି ଦିନ କି ରାତି । ଉଭୟ ଉଭୟଙ୍କୁ ଘଡିଏ ନ ଦେଖିଲେ ରହି ପାରୁ ନ ଥିଲେ । ତେବେ ଏମିତି କଣ ହେଲା ଯେ, ଅମିଷା ମିତ୍ର ନିଜର ଅତି ଘନିଷ୍ଠ ବାନ୍ଧବୀ ଅଳକା ନନ୍ଦା ଦାସଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲା । ପରିବା କଟା ଛୁରିରେ ସେ ଅତି ବିଭତ୍ସ ଭାବେ ଅଳକାକୁ ହତ୍ୟା କରିଛନ୍ତି ଅମିଷା ।

ରାଜଧାନୀ ସ୍ଥିତ ଗୌରୀନଗର ଲେନ ୫ ଅଞ୍ଚଳରେ ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତି। ଯାହାକୁ ନେଇ ରାଜଧାନୀରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ରକ୍ତ ଜଡୁବୁଡୁ ଅବସ୍ଥାରେ ଅଳକାଙ୍କ ମୃତ ଦେହ ପଡିଛି । ଥରେ ନୁହେଁ କି ଦୁଇ ଥର ନୁହେଁ । ପାଖି ପାଖି ଦଶଥରରୁ ଉର୍ଦ୍ଧ୍ଵ ହେବ ଅଳକାର ବେକରେ ଚୋଟ ପକାଇଥିଲା ଅମିଷା । କହିବା ପାଇଁ ଗଲେ ଅଳକାକୁ ମାରିବା ପାଇଁ ପ୍ରତିଜ୍ଞା କରିଥିଲା ଅମିଷା । ତେବେ ଖବର ପାଇ ଘଟଣା ସ୍ଥଳରେ ଲିଙ୍ଗଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମିଷାଙ୍କ ଘର କୋଣାର୍କ ହୋଇଥିବାବେଳେ ତାଙ୍କ ପରିବାର ଲୋକ ଝାରପଡାରେ ରହୁଛନ୍ତି । ମାତ୍ର ସେ ପାଖା ପାଖି ଦଶ ବର୍ଷ ହେବ ଅଳକାଙ୍କ ସହ ସାଥୀ ହୋଇ ରହୁଛି । ସେପଟେ ଅଳକାଙ୍କ ଘର ବାଲେଶ୍ବର ବସ୍ତା ଅଞ୍ଚରେ । ତେବେ ଗତ ସାଢେ ତିନି ବର୍ଷ ଧରି ଉଭୟ ଗୌରୀନଗର ଲେନ ୫ ଅଞ୍ଚଳରେ ରହୁଥିଲେ । ଅଳକା ଏକ ବିପିଓ କଲ ସେଣ୍ଟରରେ କାମ କରୁଥିଲେ । ସେପଟେ ଅମିଷା ଏକ ଏନଜିଓରେ କାମ କରୁଛନ୍ତି । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି । ସେପଟେ ଅମିଷାକୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି ।

ଅମିଷା ଅଳକାକୁ ହତ୍ୟା କରିଥିବା ସ୍ଵୀକାର କରିଥିବା, କହିଛନ୍ତି ଭୁବନେଶ୍ବର ଡିସିପି କହିଛନ୍ତି । କଣ ଘଟଣା ଘଟିଥିଲା ଶନିବାର ରାତି । ହତ୍ୟାକାଣ୍ଡ ଘଟିବା ପୂର୍ବରୁ ଉଭୟ ମଧ୍ୟରେ କଣ କିଛି ଘଟିଥିଲା କି ତାକୁ ନେଇ ସମସ୍ତଙ୍କ ସନ୍ଦେହ ଘନୀଭୂତ ହେଉଛି । ସେପଟେ ଘର ମାଲିକ ହତ୍ୟାକାଣ୍ଡ ଘଟଣାର ଭିନ୍ନ ଦିଗକୁ ଖୁଲାସା କରିଛନ୍ତ । ସମୟ ପାଖା ପାଖି ଅଢେଇଟାରୁ ଦୁଇଟା ପଇଁଚାଳିଶରେ ହଠାତ ସେମାନେ ରହୁଥିବା ରୁମ ଭିତରୁ ପାଟି ତୁଣ୍ଡ ଶୁଭିଥିଲା । କିଛି ସମୟ ପରେ ଚିତ୍କାର ଶବ୍ଦ ଶୁଭିଥିଲା । ଯାହାକୁ ନେଇ ଘର ମାଲିକ ଜ୍ଞାନ ରଞ୍ଜନ ମିଶ୍ର ସେମାନଙ୍କ ରୁମ ପାଖକୁ ଯାଇଥିଲେ । ତେବେ ଅମିଷା ଘର ଦ୍ବାର ନ ଖୋଲିବାରୁ ସେ ବାଡେଇ କି ଖୋଲି ଥିଲେ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଳକାଙ୍କ ମର ଶରୀର ତଳେ ପଡିଥିବା ସେ ଦେଖିଥିଲେ ।

ତେବେ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଦୁଇଦିନ ପରେ ଅଳକାର ନିର୍ବନ୍ଧ ହୋଇଥାନ୍ତା । ଆଉ ଅଳକାର ବିବାହ ହୋଇଥିଲେ ସବୁଦିନ ପାଇଁ ଅଳକା ସାଥିରେ ରହିପାରିନଥାନ୍ତା । ଅମିଷା ଚାହୁଁନଥିଲା ଅଳକା ବିବାହ କରୁ । ସେ ଚାହୁଁଥିଲା ଅଳକା ତାର ହୋଇ ପାଖରେ ସବୁଦିନ ରହୁ । ଅଳକାର ପ୍ରସ୍ତାବିତ ବିବାହକୁ ତେଣୁ ଅମିଷା ବିରୋଧ କରିବା ସହିତ ଏନେଇ ଦୁହିଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ଲାଗିଥିଲା । କାରଣ ଅଳକାର ମନ ପରିବର୍ତ୍ତନ ହୋଇଯାଇଥିଲା ଓ ସେ ବିବାହ କରିବାକୁ ଚାହୁଁଥିଲା ।

Please follow and like us:
error