odisha infocus

ଆଜିଠାରୁ ନବମୀ ପର୍ଯ୍ୟନ୍ତ ମହାପ୍ରଭୁ ଲାଗି ହେବେ ଓଷୁଅ

STATE

ଅଣସର ଘରେ ଜ୍ଵରରେ କମ୍ପୁଛନ୍ତି ଚତୁର୍ଦ୍ଧା ବିଗ୍ରହ । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ଵରର ଉପଶମ ପାଇଁ ଆଜିଠୁ ମହାପ୍ରଭୁ ଲାଗିହେବେ ଓଷୁଅ । ବିଧି ଅନୁଯାୟୀ ଆଷାଢ କୃଷ୍ଣପକ୍ଷ ଷଷ୍ଠୀଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁ ଓଷୁଅ ଲାଗି ହୁଅନ୍ତି । ମଧ୍ୟାହ୍ନ ଧୂପ ପରେ ଅଣସର ଘର ଖୋଲି ଶଯ୍ୟାଶାୟୀ ଥିବା ଶ୍ରୀବିଗ୍ରହମାନଙ୍କ ନିମନ୍ତେ ଅଣସର ଶୁଦ୍ଧ ସୁଆରମାନେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଝୁଣା, ରାଶିତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ ଓଷୁଅ ନେଇଥାନ୍ତି। ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତିମାନେ ଲେପ ଦେଇଥାନ୍ତି । ଏହାପରେ ଚକଟା ଭୋଗ ଓ ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୁଏ ।

ଗତକାଲି ଶ୍ରୀମନ୍ଦିରରେ ଫୁଲୁରି ତେଲ ଲାଗି ହୋଇଥିଲେ ମହାପ୍ରଭୁ । ବଡଦେଉଳରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡଓଡ଼ିଆ ମଠକୁ ଶ୍ରୀମନ୍ଦିର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ବାର୍ତ୍ତା ପାଇବା ପରେ ବଡଓଡ଼ିଆ ମଠ ମହନ୍ତ ୬ ସେର ଫୁଲୁରି ତେଲ ଯାହାକି ହେରା ପଞ୍ଚମୀ ଦିନ ଗତବର୍ଷ ବର୍ଷକ ନିମନ୍ତେ ସ୍ଵତନ୍ତ୍ର ପ୍ରସ୍ତୁତ ହୋଇ ମୁହଁ ବନ୍ଦ ମାଟି ପାତ୍ରରେ ମାଟି ତଳେ ପୋତା ହୋଇ ରହିଥିଲା, ତାହାକୁ ଛାଣି ମଠର ୨ ଜଣ ସଦସ୍ୟଙ୍କ ହାତରେ ଶନିବାର ଦିନ ଶ୍ରୀମନ୍ଦିରକୁ ପଠାଇଥିଲେ । ମଠରୁ ଏହି ତେଲ ଶୋଭାଯାତ୍ରାରେ ଶ୍ରୀମନ୍ଦିର ବିଜେ କରାଯାଇଥିଲା । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇଅଥିଲା । ଏହାପରେ ଅଣସର ଘର ଦ୍ଵାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଥିଲା । ପତି ମହାପାତ୍ର ସେବକ ୩ତି ରୂପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ।

Please follow and like us:
error