ଜେଟଲୀ ଲୀନ ହୋଇଗଲେ ପଞ୍ଚଭୂତରେ

NATIONAL

ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ର ଅର୍ଥ  ମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀଙ୍କୁ ମୁଖାଗ୍ନି ଦେଲେ ତାଙ୍କର ପୁତ୍ର ରୋହନ । ଦିଲ୍ଲୀର ନିଗମବୋଧ ଘାଟରେ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ସାଢେ ୨ଟା ସମୟରେ ସମ୍ପନ୍ନ କରାଗଲା । ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଗଲା । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଶନିବାର ଅପରାହ୍ନ ୧୨ଟା ୭ ମିନିଟରେ ସେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କର ମର ଶରୀର ହସ୍ପିଟାଲରୁ ପ୍ରଥମେ ତାଙ୍କର କୈଳାସ କଲୋନୀ ବାସଭବନକୁ ନିଆଯାଇଥିଲା । ସେଠାରୁ ଆଜି ସକାଳେ ଭାଜପା ମୁଖ୍ୟାଳୟକୁ ନିଆଯାଇଥିଲା । ମୁଖ୍ୟାଳୟରୁ ଶେଷରେ ନିଗମବୋଧ ଘାଟକୁ ନିଆଯାଇଥିଲା ।

loading...

ଶେଷ କୃତ୍ୟରେ ସାମିଲ ହୋଇଥିଲେ ପ୍ରମୁଖ ରାଷ୍ଟ୍ରନେତାଗଣ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିରୋଧୀ ଦଳର ପ୍ରମୁଖ ରାଜନେତା ମଧ୍ୟ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

Please follow and like us:
error
loading...