ରାଜ୍ୟରେ ସଂକ୍ରମିତ ସଂଖ୍ୟା ସହ ତାଳ ଦେଇ ବଢୁଛି ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ଆଉ ୪୬ ଜଣ

STATE

ଭୁବନେଶ୍ୱର : ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଆଉ ୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ପ୍ରତିଦିନ ସଂକ୍ରମିତ ସଂଖ୍ୟା ଜୋରରେ ବଢୁଥିବାବେଳେ ତାଳ ଦେଇ ସୁସ୍ଥ ସଂଖ୍ୟା ବଢୁଥିବାରୁ ରାଜ୍ୟବାସୀଙ୍କ ପାଇଁ ବଡ ଆଶ୍ଵସ୍ତିର ବିଷୟ ପାଲଟିଛି । ଆଜି ସୁସ୍ଥ ହୋଇଥିବା ୪୬ଜଣଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୫ଜଣ, ଯାଜପୁରରୁ ୮ଜଣ, ଗଞ୍ଜାମ ରୁ ୮ ଜଣ, ରାଉଲକେଲାରୁ ୮ଜଣ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଛି।

ଆଜି ଚିହ୍ନଟ ନୂଆ ୮୬ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏଥିରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୪୬ ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୪୬ଜଣଙ୍କୁ ମିଶାଇଲେ ଏଯାବତ ୪୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନା ସଂକ୍ରମଣରେ ରାଜ୍ୟରେ ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଛି।

Please follow and like us: