Train

କାମ କରୁଥିବା ଗ୍ୟାଙ୍ଗମ୍ୟାନମାନଙ୍କ ଉପରକୁ ଗଞ୍ଜେଇ ବସ୍ତା ମାଡ

STATE

ଢେଙ୍କାନାଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗଞ୍ଜେଇ ମାଫିଆମାନଙ୍କ କାରଣରୁ କାମ କରୁଥିବା ଗ୍ୟାଙ୍ଗମ୍ୟାନମାନେ ଆହତ ହୋଇଛନ୍ତି ।  ଟ୍ରେନ ଚାଲୁଥିବା ସମୟରେ ଗଞ୍ଜେଇ ବ୍ୟଚୋରାଚାଲାଣ କାରବାରରେ ସମ୍ପୃକ୍ତ ଅପରାଧୀମାନେ ଟ୍ରେନରୁ ତଳକୁ ଗଞ୍ଜେଇ ବସ୍ତା ଖସାଇଥିବା ସନ୍ଦେହ କରାଯାଉଛି । ଆରପିଏଫଙ୍କ ଟ୍ରେନରେ ଯାଞ୍ଚ ଚାଲଇଥିବାରୁ ଧରାପଡିଯିବା ଭୟରେ ସେମାନେ ଗଞ୍ଜେଇ ବସ୍ତା ଫୋପାଡି ଥାଇପାରନ୍ତି । ହେଲେ ଦୁର୍ଭାଗ୍ୟ, ଗଞ୍ଜେଇ ବସ୍ତା ଯାଇ ମାଡ ହୋଇଥିଲା କାମ କରୁଥିବା ୩ ଜଣ ଗ୍ୟାଙ୍ଗମ୍ୟାନମାନଙ୍କ ଉପରେ । ତେଣୁ ସେମାନେ ଗୁରୁତର ହୋଇଛନ୍ତି ।

ଗୁରୁତର ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସଂବାଦ ଅନୁଯାୟୀ ଟ୍ରେନଟି ଥିଲା ସମ୍ବଲପୁର-ହାଓଡା ଏକ୍ସପ୍ରେସ ।  ଚାଲୁଥିବା ଅବସ୍ଥାରେ ଟ୍ରେନଟି ଢେଙ୍କାନାଳ ଓ ଶ୍ୟାମାଚରଣପୁର ଷ୍ଟେସନ ମଝିରେ ହୋଇଥିବାବେଳେ ଏହି ଅଘଟଣ ଘଟିଛି ।

Please follow and like us:
error