Nayagarh

ଫୁଟିବା ଆଗରୁ ଝଡିଗଲା କଢ

STATE

            ଫୁଲ ହୋଇ ଫୁଟିବା ଆଗରୁ ଦି ଦି’ଟା କଢ ଝଡିପଡିଲା । ଏଭଳି ଏକ ଦୁଃଖଦାୟକ ଘଟଣା ଘାତିଯାଇଛି ଗତକାଲି ରାତ୍ରି ୨ଟା ୧୦ରେ । ସବୁଦିନ ପାଇଁ ଧରା ପୃଷ୍ଠରୁ ବିଦାୟ ନେଇଛି ଯୋଡାପେଟ ଶିଶୁ ଗଙ୍ଗା-ଯମୁନା (Ganga Yamuna)। ନୟାଗଡ ଶରଣକୁଳ ଅଞ୍ଚଳର ଖଳିପାଟଣା ଗାଁର ଯୋଡାପେଟ  ଶିଶୁ ଗଙ୍ଗା-ଯମୁନା ଗତ ୧ ତାରିଖରୁ କଟକ ଶିଶୁଭବନରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସବୁ ପରୀକ୍ଷା ମଧ୍ୟ ମାଗଣାରେ କରାଯାଉଥିଲା । ହେଲେ ଭାଗ୍ୟର ବିଡମ୍ବନା । ଚିକିତ୍ସା ବିଜ୍ଞାନକୁ ଓ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମକୁ ନିଷ୍ଫଳ କରି ଶିଶୁ ଦ୍ୱୟ ଆରପାରିକୁ ଚାଲିଗଲେ । ଶିଶୁଙ୍କ ମୃତ୍ୟୁ ନେଇ ଶିଶୁଭବନ ଅଧିକ୍ଷକ ସରୋଜ ଶତପଥି ପ୍ରକାଶ କରିଛନ୍ତି ଯେ ପୂର୍ବ ପରି ସେମାନେ ଅସୁସ୍ଥ ରହିଥିଲେ । ଚିକିତ୍ସା ଚାଲିଥିଲା । ହେଲେ ଗତକାଲି ସେମାନଙ୍କର ହୃତସ୍ପନ୍ଦନ ବନ୍ଦ ହେଇଯିବାରୁ ମୃତ୍ୟୁ ଘଟିଥିଲା ।

Please follow and like us:
error