ଆସନ୍ତା ଡିସେମ୍ବର ୧୨ରେ ବ୍ରିଟେନରେ ନିର୍ବାଚନ

INTERNATIONAL

ଲଣ୍ଡନ: ବ୍ରିଟେନରେ ଆସନ୍ତା ଡିସେମ୍ବର ୧୨ରେ ସାଧାରଣ ନିର୍ବାଚନ ହେବ । ବ୍ରିଟେନର ସଂସଦର ‘ହାଉସ ଅଫ କମନ୍ସ’ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଡିସେମ୍ବର ୧୨ରେ ସାଧାରଣ ନିର୍ବାଚନ କରିବା ଯୋଜନାକୁ ସମର୍ଥନ ଜଣାଇଛି । ହାଉସ ଅଫ କମନ୍ସରେ ଡିସେମ୍ବରରେ ନିର୍ବାଚନ କରିବା ପକ୍ଷରେ ୪୩୮ ଜଣ ସାଂସଦ ଭୋଟ ଦେଇଛନ୍ତି । ଅପରପକ୍ଷେ ବିରୋଧରେ ୨୦ ଜଣ ସାଂସଦ ଯାଇଛନ୍ତି ।

ବର୍ଷ ୧୯୨୩ ପରେ ପ୍ରଥମ ଥର ଡିସେମ୍ବର ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ଡିସେମ୍ବର ୧୩ରେ ନିର୍ବାଚନ ଫଳାଫଳ ଆସିବ । ଏହି ଅବସରରେ ଜନସନ କହିଛନ୍ତି, ଜନତାଙ୍କୁ ଦେଶର ଭବିଷ୍ୟତ ପାଇଁ ବିକଳ୍ପ ଚୟନ କରିବାକୁ ହେବ । ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଏହି ବିଧେୟକକୁ ହାଉସ ଅଫ ଲଡର୍ସଙ୍କ ନିକଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ଜନସନଙ୍କ ଆଶା ଯେ, ସାଧାରଣ ନିର୍ବାଚନ ଏକ ନୂତନ ଜନାଦେଶ ଦେବ ଏବଂ ବର୍ତ୍ତମାନ ସଂସଦୀୟ ଗତିରୋଧକୁ ଅତିକ୍ରମ କରିବ, ଯେଉଁ କାରଣ ପାଇଁ ବ୍ରିଟେନର ବ୍ରେକଜିଟରୁ ବାହାର ହେବା କାରଣରୁ ଜାନୁୟାରୀ ୩୧ ଯାଏଁ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ସେ କହିଛନ୍ତି ଯେ, ଦେଶ ପାଇଁ ବ୍ରେକକଜିଟ ପାଇବାକୁ ଏକାଠି ହେବାର ସମୟ ଆସିଛି ।

Please follow and like us: