ଦେଶବାସୀଙ୍କ ପାଇଁ ଖୁସି ଖବର, ବର୍ଷ ଶେଷ ଆଡକୁ ଋଷରୁ ଆସିବ ୧୦କୋଟି କରୋନା ଟୀକା

NATIONAL

ଦେଶବାସୀଙ୍କ ପାଇଁ ବଡ ଖବର । ଚଳିତ ବର୍ଷ ଶେଷ ଆଡକୁ ଋଷରୁ ୧୦ କୋଟି କରୋନା ଟୀକା ‘ସ୍ଫୁଟନିକ-ଭି’ ଆସିବ ବୋଲି ସଂବାଦ ମିଳିଛି । ଏଥିନେଇ ଏକ ଚୁକ୍ତି ମଧ୍ୟ ହୋଇଛି । ଭାରତୀୟ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଏହି ଟୀକା ମିଳିବ । ଡକ୍ଟର ରେଡ୍ଡୀ ଲ୍ୟାବ କମ୍ପାନୀ ଏନେଇ ଋଷ କମ୍ପାନୀ ଆରଡ଼ିଆଇଏଫ ସହ ଚୁକ୍ତି କରିଛି ।

ତେବେ ଏଥିପାଇଁ ବିଶେଷଜ୍ଞ କମିଟିର ଅନୁମୋଦନର ଆବଶ୍ୟକତା ରହିଛି । କମିଟି ଅନୁମତି ଦେଲେ ଚଳିତ ବର୍ଷ ଶେଷ ଆଡକୁ ଋଷଠାରୁ ଟୀକା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ଏହି ଖବର କରୋନା ସଂକ୍ରମଣରୁ ରକ୍ଷା କରିପାରିବ ବୋଲି ଲୋକଙ୍କ ମନରେ ଗଭୀର ଆଶା ସଂଚାର ହୋଇଛି । ଭାରତରେ ଦ୍ରୁତ ଗତିରେ ବଢୁଥିବା ଦୈନିକ ସଂକ୍ରମଣ ତଥା କାରୋନାଜନିତ ମୃତ୍ୟୁକୁ ଯେ ରୋକି ହେବ, ଏଥିରେ ସନ୍ଦେହ ନାହିଁ ।

Please follow and like us: