ରାଜ୍ୟ ସରକାର ଙ୍କର କର୍ମଚାରୀଙ୍କୁ ରଥ ଭେଟି, ୪ର୍ଥ ଶନିବାର ହେବ ଛୁଟି

STATE

ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ଖୁସି ଖବର । ଆଜି ରାଜ୍ୟ ସରକାର ସେମାନଙ୍କୁ ଦେଇଛନ୍ତି ରଥଯାତ୍ରା ଭେଟି । ଏଣିକି ସେମାନେ ପ୍ରତି ମାସ ୪ର୍ଥ ଶନିବାର ଛୁଟି ରୂପେ ପାଇବେ । ତେଣୁ ସାପ୍ତାହିକ ଛୁଟି ସେମାନଙ୍କର ପୂର୍ବାପେକ୍ଷା ଆହୁରି ଗୋଟିଏ ଦିନ ବଢିଗଲା । ଏହା ସହିତ ସରକାର ସରକାରୀ କର୍ମଚାରୀଙ୍କ ଅଫିସ ଟାଇମ ପୁନଃ ନିର୍ଦ୍ଧାରଣ କରିଛନ୍ତି ।

ଏଣିକି ୪ର୍ଥ ଶନିବାର ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ । ତେବେ ଛୁଟି ଥିଲେ ବି ପୂର୍ବାହ୍ନରେ ଅଫିସ ଆସିବେ, ମାନସମନ୍ଥନ ହେବ । ଦୈନିକ କାର୍ଯ୍ୟ ସମୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ୩୦ ଯାଏଁ ରଖାଯାଇଛି । ମଝିରେ ସାଢେ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ଦିଆଯିବ ।

Please follow and like us:
error