ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ

STATE

ରାଇରାଙ୍ଗପୁର ଟାଉନ ଥାନା କଣ୍ଟାବଣି ଗାଁ ମୁଣ୍ଡ ଖେଳପଡିଆ ପାଖରେ ଦେଖିବାକୁ ମିଳିଛି ଏକ ଆତ୍ମହତ୍ୟା ଘଟଣା । ସେଠାରେ ଏକ ଗଛରେ ଝୁଲୁଥିଲା ଜଣେ ଯୁବକଙ୍କର ମୃତଦେହ । ହେଲେ ଏହା ଆତ୍ମହତ୍ୟା ଭଳି ଜଣା ପଡୁଥିଲେ ହେଁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । କାରଣ ଯୁବକଙ୍କ ମୁହଁରେ ବନ୍ଧା ହୋଇଛି କପଡା ଓ ଗଛ ପାଖରେ ମୃତକଙ୍କ ସାଇକେଲ ଓ ଚପଲ ପଡିରହିଥିବା ଦେଖିବାକୁ ମିଳିଛି ।

ହୁଏତ କେହି ଦୁର୍ବୃତ୍ତ ଯୁବକଙ୍କୁ ମାରି ଗଛରେ ଟଙ୍ଗାଇ ଆତ୍ମହତ୍ୟା କରିଥିବାର ରୂପ ଦେଇଛି ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଛାନଭିନ ଆରମ୍ଭ କରିଦେଇଛି ।

Please follow and like us:
error