ନବବଧୂଙ୍କ ଝୁଲନ୍ତା ମୃତଦେହ

STATE

ପୁଣି ଏକ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ସଂବାଦ ମିଳିଛି । ନବବଧୂ ଜଣଙ୍କର ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ରୂପ ଦେଉଥିବାବେଲେ ନବବଧୂର ବାପଘର ଲୋକେ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ,ଏହା ଏକ ଯୋଜନାବଦ୍ଧ ହତ୍ୟା ।

ଭବାନୀପାଟଣା ସଦର ଥାନା କର୍ଲାସୋଡା ଗାଁରେ ଜଣେ ନବବିବାହିତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୌତୁକ ପାଇଁ ଶ୍ଵଶୁରଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନବବଧୂର ବାପଘର ଲୋକେ । ଭବାନୀପାଟଣା ଥାନାରେ ଏନେଇ ଲିଖିତ ଅଭିଯୋଗ ସେମାନେ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Please follow and like us:
error