ପୋଲାଭରମ ଉପରେ ମାମଲାର ଗୁରୁତ୍ଵପୂର୍ଣ୍ଣ ଶୁଣାଣି ଦେଲେ ସୁପ୍ରିମକୋର୍ଟ

NATIONAL

ନୂଆଦିଲ୍ଲୀ : ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଆଜି ସୁପ୍ରିମକୋର୍ଟରେ ଗୁରୁତ୍ଵପୂର୍ଣ୍ଣ ଶୁଣାଣି ହୋଇଛି । ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଦ୍ଵାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ଦାଖଲ କରାଯାଇଥିବା ପିଟିସନର ଏକତ୍ର ଶୁଣାଣି କରାଯାଇଛି। ତେବେ ଆନ୍ଧ୍ର ସରକାରଙ୍କ ଏହି ବେଆଇନ ପ୍ରକଳ୍ପ କାର୍ୟ୍ୟକୁ ବନ୍ଦ କରିବା ପାଇଁ ଓଡ଼ିଶା ଦାବି କରିଛି। ଓଡିଶାର ଅଭିଯୋଗ ଅନୁଯାୟୀ ସୁପ୍ରିମକୋର୍ଟ ବର୍ତ୍ତମାନର ପ୍ରକଳ୍ପ ସ୍ଥିତି ରିପୋର୍ଟ ଆନ୍ଧ୍ରକୁ ମାଗିଛନ୍ତି। ଓଡ଼ିଶା ଉପରେ ଏହାର କଣ ପ୍ରଭାବ ପଡିବ ତାହା ଆନ୍ଧ୍ର ବିଚାର କରିନାହିଁ ବୋଲି ଓଡ଼ିଶା ଅଭିଯୋଗ କରିଛି।

୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବକୁ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଏହା ସହ ଓଡିଶା, ଛତିଶଗଡ଼, ତେଲେଙ୍ଗାନାର ଯାହା ଦ୍ଵନ୍ଦ ରହିଛି ତାହା ସମାଧାନ କରିବକୁ କୋର୍ଟ କହିଛନ୍ତି। ତେବେ ଦୁଇ ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶାର ଅଭିଯୋଗ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଠିକ ଭାବରେ ବିଚାର କରି ଅନୁମତି ଦିଆଯାଇନହିଁ । କ୍ଷତିଗ୍ରସ୍ତ ଆଦିବାସୀ ଅଞ୍ଚଳ ଗୁଡିକରେ ଜନ ଶୁଣାଣି କରାଯାଇନାହିଁ । ଏବଂ ପରେ ପ୍ରକଳ୍ପର ଉଚ୍ଚତାକୁ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଓଡ଼ିଶାର ଏହି ଅଭିଯୋଗ ଗୁଡିକ ଉପରେ ଆନ୍ଧ୍ର ନିଜର ଜବାବ କୋର୍ଟରେ ରଖି ସାରିଛି । ଆନ୍ଧ୍ର ସରକାର ପ୍ରକଳ୍ପକୁ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ମାମଲର କିପରି ଶୁଣାଣି କିଭଳି ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପୂର୍ବ ଥର ମାମଲାର ଶୁଣାଣି ସମୟରେ ଆନ୍ଧ୍ରରେ ନୂତନ ସରକାର ଆସିଥିବାରୁ ଏହି ମାମଲାରେ ଆନ୍ଧ୍ର ପକ୍ଷରୁ ପକ୍ଷ ରଖୁଥିବା ପୂର୍ବ ଆଇନଜୀବୀମାନଙ୍କୁ ଆନ୍ଧ୍ରର ନୂତନ ସରକାର ବଦଳ କରି ତାଙ୍କ ସ୍ଥାନରେ ନୂତନ ଆଇନଜୀବୀମାନଙ୍କୁ ନିଯୁକ୍ତି ଦେଇଥିଲେ ଯାହା ଦ୍ଵାରା ନୂତନ ଆଇନଜୀବୀମାନେ ଏହି ମାମଲାକୁ ବୁଝିବା ପାଇଁ କୋର୍ଟଙ୍କ ଠାରୁ କିଛି ସମୟ ନେଇଥିଲେ।

Please follow and like us: