ଅପେକ୍ଷା କରନ୍ତୁ, ୫ ଦିନ ପରେ ଦେଖିବେ ପ୍ରବଳ ବର୍ଷା

Weather

ମୌସୁମୀ ଆସିଯାଇଛି । ଦେଖାଇଲାଣି ତାର କରାମତି । ଓଡିଶାର ଚାରିଆଡେ ଆରମ୍ଭ ହୋଇଗଲାଣି ବର୍ଷା । ତେବେ ଏବେ ଝିପିଝିପି ବର୍ଷା ସିନା ଦେଖୁଛନ୍ତି, ଅପେକ୍ଷା କରିଯାନ୍ତୁ ମାତ୍ର ଆଉ ୫ ଦିନ । ଦେଖିବେ କିପରି ପ୍ରବଳ ବର୍ଷା ହେବ । ଏ ବର୍ଷ ବର୍ଷା ସିନା ଏକ ସପ୍ତାହ ଡେରିରେ ଆସିଛି, ହେଲେ ତାର କରାମତି କମ ନୁହେଁ ।

loading...

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଟ୍ରପ ଲାଇନ। ରାଜସ୍ଥାନରୁ ଓଡିଶା ଦେଇ ଏହି ଟ୍ରପ ଲାଇନ ଦେଖାଦେଇଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ଅନ୍ୟ ଜିଲ୍ଲାଗୁଡିକରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ୫ ଦିନ ପରେ ବର୍ଷାର ପରିମାଣ ବଢିଯିବ ।

Please follow and like us:
error
loading...