୧୫ଟି ଜିଲ୍ଲାକୁ ସତର୍କ ସୂଚନା, ୩ ଦିନ ଧରି ହେବ ପ୍ରବଳ ବର୍ଷା

Weather

କନ୍ଧମାଳ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି,ବୌଦ୍ଧ, ସୋନପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା  ଓ ନୟାଗଡ ଜିଲ୍ଲାରେ ପବନ ଓ ବଜ୍ରପାତ ସହ ଘଡଘଡି ବର୍ଷାର ସମ୍ଭାବନା ରହିଛି । ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କ୍ରମାଗତ ୩ଦିନ ଧରି ଆଜିଠାରୁ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୩ ଓ ୧୪ରେ ବର୍ଷାର ପରିମାଣ ଅଧିକ ରହିବ । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତକାଲି ହୋଇଥିବା ବର୍ଷାରେ ବଲାଙ୍ଗୀରରେ ସର୍ବାଧିକ ୫୪.୩ ମିମି ବର୍ଷା ରେକର୍ଡ କରାଯାଇଛି ।

Please follow and like us:
error