ବିଧାନସଭା ଅଧିବେଶନ ନିମନ୍ତେ ଗ୍ରହଣ କରାଗଲା କଡା ସୁରକ୍ଷା ବ୍ୟବସ୍ଥା

STATE

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ଏହା ହେଉଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ। ତେଣୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଆରପି ଶର୍ମା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । କାରଣ ବିଧାନସଭା ପାଇଁ କରାଯାଉଛି ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ।

loading...

ଏହି ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୨୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଛି । ୯୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ସଜାଗ ରହିବେ ଟାକ୍ଟିକାଲ ୟୁନିଟ । ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯିବା ସହିତ ୩ଟି କଣ୍ଟ୍ରୋଲ ରୁମ ରହିବ । ବିଧାନସଭାଠାରୁ ଧାରଣାସ୍ଥଳ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ ।

Please follow and like us:
error
loading...