କଅଣ କହୁଛି ଆପଣଙ୍କ ରାଶି, କେମିତି କଟିବ ୨୦୧୯

ASTROLOGY

ମେଷ- ଏ ବର୍ଷଟି ଆପଣଙ୍କର ବହୁତ ଭଲରେ କଟିବ । ଯଦି କିଛି କିଣିବାକୁ ଚାହୁଁଛନ୍ତି, ତେବେ ତାହା ଫଳପ୍ରଦ ହେବାର ସମ୍ଭାବନା ରହିଛି । ହେଲେ ବୃହସ୍ପତି ଓ ନବମସ୍ଥ ଶନି ପ୍ରଭାବରୁ କିଛିଟା ଦୁଃଖ ସଂବାଦ ମିଳିପାରେ । ଚାକିରି କ୍ଷେତ୍ରରେ ତଳିଆ କର୍ମଚାରୀଙ୍କଠାରୁ ସାବଧାନରେ ରହିବେ । କିନ୍ତୁ ଆପଣଙ୍କ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

loading...

ବୃଷ – ଯେତେ ଅସୁବିଧା ଆସୁ ପଛକେ ଆପଣ କିନ୍ତୁ ସବୁକୁ ଏଡାଇ ନିଜ କର୍ମରେ ଫଳପ୍ରଦ ହେବେ । କେହି ଆପଣଙ୍କର କୌଣସି କ୍ଷତି କରିପାରିବେନି । କିଛି ମାଙ୍ଗଳିକ କାମ ଆପଣଙ୍କର ହୋଇପାରେ । ସନ୍ତାନସନ୍ତତି ଓ ପରିବାର ଦୃଷ୍ଟିରୁ ଆପଣଙ୍କ ସମୟ ଭଲରେ କଟିବ । ବିଭିନ୍ନ କ୍ଷେତ୍ରରେ ଆପଣ ଉଚ୍ଚ ପ୍ରଶଂସିତ ହେବେ ।

ମିଥୁନ – ବର୍ଷ ଆରମ୍ଭରୁ ଆପଣଙ୍କ ଦିନ ସେତେଟା ଭଲ ନକଟିଲେ ବି ମଧ୍ୟଭାଗରେ ଆପଣ ବିଶେଷ ଲାଭବାନ ହେବାର ଯୋଗ ରହିଛି । କିଛି କିଣିବାର ଯୋଜନା ଥିଲେ, ଫଳପ୍ରଦ ହେବାର ସମ୍ଭାବନା ରହିଛି । ତେବେ କିଛି ବନ୍ଧୁଙ୍କ କାରଣରୁ ଆପଣ ଦୁଃଖି ହୋଇପାରନ୍ତି । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ ।

କର୍କଟ – ଏହି ବର୍ଷ ଆପଣ ଆର୍ଥିକ ଦ୍ରୁଷ୍ଟିରୁ ବେଶ ଭଲରେ ରହିବେ । ଆପଣଙ୍କ ପାଇଁ ବର୍ଷଟି ଉପଭୋଗ୍ୟ ହେବ । ଉଚ୍ଚ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ । ତେବେ କିଛି ବ୍ୟକ୍ତି ଆପଣଙ୍କ ସୌଭାଗ୍ୟ ପ୍ରତି ଈର୍ଷାମନା ହୋଇପାରନ୍ତି । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ କିଛିଟା ସମସ୍ୟା ଦେଖାଦେଇପାରେ । ଯାନବାହାନ ଜନିତ ଆଘାତପ୍ରାପ୍ତି ଘଟିପାରେ ।

ସିଂହ – ଏ ବର୍ଷଟି ଆପଣଙ୍କୁ କିଛି ସମ୍ମାନ ପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟାଦି ଆପଣ କିଣି ପାରନ୍ତି । ବିଭିନ୍ନ ସଭା ସମିତି ଦ୍ଵାରା ଆପଣ ସମ୍ମାନିତ ହୋଇପାରନ୍ତି । କିନ୍ତୁ ନିଜର ଶରୀର କିଛିଟା ଅସୁସ୍ଥ ରହିପାରେ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ଆପଣଙ୍କର ଉନ୍ନତି ଯୋଗ ରହିଛି ।

କନ୍ୟା – ଏବର୍ଷ ଆପଣଙ୍କର ପଦ ମର୍ଯ୍ୟାଦା ବୃଦ୍ଧି ସହ ଅର୍ଥ, ସମ୍ମାନ ଓ ସାମାଜିକ ସ୍ତରରେ ପ୍ରଶଂସା ଯୋଗ ରହିଛି । ବିଭିନ୍ନ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ସଫଳ ହେବ । କିଛିଟା ସମସ୍ୟା ଅବଶ୍ୟ ଦେଖାଦେଇପାରେ ହେଲେ ଆପଣ କୌଶଳର ସହିତ ସେଗୁଡିକର ସମାଧାନ କରିବାରେ ସଫଳକାମ ହେବେ ।

ତୁଳା – ଏବର୍ଷଟି ଆପଣଙ୍କର ମଙ୍ଗଳମୟ ହେବ । ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । କିଛି ମୂଲ୍ୟବାନ ଧାତୁ କିଣିପାରନ୍ତି । କାହା ସହ କିଛି ମନୋମାଳିନ୍ୟ ଥିଲେ ତାହା ଦୂରେଇ ଯିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମନୋରଞ୍ଜନ ଓ ମାଙ୍ଗଳିକ କାମ ମଧ୍ୟରେ ସମୟ ଅତିବାହିତ କରିବେ ।

ବିଛା – ଏବର୍ଷଟି ଆପଣଙ୍କର ପ୍ରଚୁର ଅର୍ଥ ଆଗମନ ହେବ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ସୁନାମ ଅର୍ଜନର ଯୋଗ ରହିଛି। ଉତ୍ସବ ବ୍ୟସନ, ସଭାସମିତି ଓ ମାଙ୍ଗଳିକ କାର୍ଯ୍ୟରେ ସମୟ ବେଶ ଆନନ୍ଦରେ ଆପଣଙ୍କର କଟିବ ।

ଧନୁ – ଏବର୍ଷ ନୂତନ କର୍ମରେ ଲିପ୍ତ ରହିବା ସହିତ ସମ୍ମାନ ପ୍ରାପ୍ତି ଯୋଗ ରହିଛି । କିଛି ମୂଲ୍ୟବାନ ଜିନିଷ, ଯାନବାହନ ବା ଭୂମି ଆଦି ଆପଣ ଲାଭ କରିପାରନ୍ତି । କିନ୍ତୁ ଆପଣଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସହକର୍ମୀଙ୍କ ଅସହଯୋଗ ଓ ଈର୍ଷା ଦେଖାଦେଇପାରେ । ତେଣୁ ଟିକେ ସାବଧାନ ରହିବେ ।

ମକର – ମୋଟାମୋଟି ଏ ବର୍ଷ ଆପଣଙ୍କୁ ମିଶ୍ରିତ ଫଳ ଦେବ । ଧର୍ମକାର୍ଯ୍ୟ, ଅନୁଷ୍ଠାନ, ତୀର୍ଥାଟନ, ଭ୍ରମଣ ଯୋଗ ଆଦି ଆପଣଙ୍କର ରହିଛି । ହେଲେ ମନ ଅସନ୍ତୁଳିତ ରହିବ । ବର୍ଷ ସାରା କିଛି ନା କିଛି ସମସ୍ୟା ଦେଖାଦେଇପାରେ । ତେଣୁ ମନ ବିଚଳିତ ରହିବାର ସଂଭାବନା ରହିଛି ।

Please follow and like us:
error
loading...