ଝିଙ୍କ ଶିକାର କରିବାକୁ ଯାଇ ଶିକାରୀ ହେଲା ମୃତ୍ୟୁର ଶିକାର

STATE

ଝିଙ୍କ ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର ହେଲା ମୃତ୍ୟୁର । ସବୁବେଳ ସେମାନ ନଥାଏ । ଶିକାରୀ ଭାବେ ସେ ନିର୍ବିଘ୍ନରେ ଶିକାର କରିଯିବ ପଶୁପକ୍ଷୀଙ୍କୁ ଆଉ ସେମାନଙ୍କୁ ବିକି ପ୍ରଚୁର ଅର୍ଥ ଉପର୍ଜ୍ଜନ କରିବ । ହେଲେ ତାହାର ଏହି ଅନିଷ୍ଟକାରୀ ଚିନ୍ତାଧାରା ସବୁବେଳେ ସମାନ ହୋଇନଥାଏ । ସେ ନିଜେ ଜାଣେନା, ଜ୍କେତେବେଳେ ସେ ନିଜେ ବି ଅନ୍ୟକୁ ଦେଉଥିବା ମୃତ୍ୟୁର ଶିକାର ନିଜେ ପାଲଟିଯିବ ।

ସେହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଅଞ୍ଚଳରେ । ଝିଙ୍କ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ୫ ଜଣ । ତାଙ୍କ ଭିତରୁ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଝିଙ୍କ ଥିବା ଗୁମ୍ଫା ଭିତରେ ୨ ଜଣ ପଶି ଧୂଆଁ ଦେବାବେଳେ ଅଣନିଃଶ୍ଵାସୀ ହୋଇ ଏହି ଅଘଟଣ ଘଟିଥିଲା । ମୃତକ ହେଲେ ଝରାପାଲି ଗାଁର ରାମଚନ୍ଦ୍ର ମାଢୀ ଓ ଗୁରୁତର ଜଣଙ୍କ ହେଲେ ସିଙ୍ଗା ମାଢୀ ।

 

Please follow and like us:
error